34.8 C
Bhubaneswar
Wednesday, June 24, 2026
Homeଓଡିଶାଦାବି ପୂରଣ ପାଇଁ ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି

ଦାବି ପୂରଣ ପାଇଁ ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ ଚାମେଲି

କେନ୍ଦ୍ରାପଡ଼ା: ଦାବି ପୂରଣ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ତିଖିରିର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝା । ଅଭିଯୁକ୍ତଙ୍କ ଗିରଫଦାରୀ, BDO ଏବଂ IICଙ୍କ ନିଲମ୍ବନ ଦାବି କଲେ ଚାମେଲି । ଦାବି ପୂରଣ ପାଇଁ ପୋଲିସକୁ ୭୨ ଘଣ୍ଟା ସମୟ ଦେଲେ । ଦାବି ପୂରଣ ନହେଲେ ତିଖିରିରୁ ରାଜଭବନ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚାମେଲି ଦେଲେ ଚେତାବନୀ ।କେନ୍ଦ୍ରାପଡା ଏସପିଙ୍କ ଅଫିସ ଆଗରେ ପ୍ରାୟ ୩ ଘଣ୍ଟା କାଳ ଧାରଣା ଦେଇଥିଲେ ଚାମେଲି ଓଝା । ନିଜ ସମର୍ଥକ ମାନଙ୍କ ସହ ଗରାପୁର ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରାୟ ୨ କିଲୋମିଟର ପଦଯାତ୍ରା ପରେ ଧାରଣା ସ୍ଥଳରେ ସେ ପହଁଚିଥିଲେ। ତାଙ୍କୁ ଦୁର୍ବବ୍ୟବହାର କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମହାକାଳପଡା ବିଡିଓ ଓ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ ପାଇଁ ଚାମେଲି ଦାବି କରିଥିଲେ।ତେବେ ଦାବିପତ୍ର ଦେବା ସହ ଚାମେଲି ପୋଲିସକୁ ୭୨ ଘଣ୍ଟା ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିବା ସହ ବିଡିଓ ଓ ଆଇଆଇସିଙ୍କୁ ନିଲମ୍ବନ କରିବା ପାଇଁ ସେ ଦାବି କରିଛନ୍ତି । ନଚେତ ୭୨ ଘଣ୍ଟା ପରେ ଏହି ଆନ୍ଦୋଳନ ତିଖିରିରୁ ବାହାରି ରାଜଭବନ ପର୍ଯ୍ୟନ୍ତ ଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking