37.8 C
Bhubaneswar
Wednesday, June 24, 2026
Homeଓଡିଶାଡିଭାଇଡରକୁ ପିଟିଲା କୁକୁଡ଼ା ବୋଝେଇ ପିକ୍‌ଅପ୍‌: ଡ୍ରାଇଭର ଗୁରୁତର

ଡିଭାଇଡରକୁ ପିଟିଲା କୁକୁଡ଼ା ବୋଝେଇ ପିକ୍‌ଅପ୍‌: ଡ୍ରାଇଭର ଗୁରୁତର

ଢେଙ୍କାନାଳ : ଢେଙ୍କାନାଳରୁ ରାଞ୍ଚି ଅଭିମୁଖେ କୁକୁଡ଼ା ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯାଉଥିବା ବେଳେ କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଡନ ବସ୍କୋ ଛକ ନିକଟରେ ହଠାତ୍ ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ପିକ୍‌ଅପ୍‌ ଭ୍ୟାନ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଡ୍ରାଇଭର ଗାଡ଼ି ଭିତରେ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ହସ୍ପିଟାଲକୁ ପଠାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଏବଂ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଖବର ପାଇ କୁଆଁରମୁଣ୍ଡା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା, ତାହାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking