ରାୟଗଡ଼ା: ରାୟଗଡ଼ା ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଗିରଫ । ଅବସର ନେବାର ୭ ଦିନ ପୂର୍ବରୁ ଗିରଫ । ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ ପଟ୍ଟନାୟକଙ୍କୁ ବାନ୍ଧିଲା ପୁଲିସ । କାଲି ଦୁଇ ଲକ୍ଷ ଲାଞ୍ଚ ଟଙ୍କା ସହ ଧରାପଡ଼ିଥିଲେ । ଚଢ଼ାଉ ବେଳେ ମୋଟ୍ ୩.୩୯ ଲକ୍ଷ ଟଙ୍କା ଜବତ୍ କରିଛି ଭିଡିଲାନ୍ସ । ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ । ଠିକାଦାର ସନ୍ୟାସୀ ସୁବୁଦ୍ଧିଙ୍କ କାମର ବିଲ ପାସ୍ କରାଇବା ପାଇଁ ଦାବି କରିଥିଲେ ଲାଞ୍ଚ। ସରକାରୀ ବାସଭବନରେ ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଟିମ୍ । ରାୟଗଡ଼ା ଭିଜିଲାନ୍ସ ଡିଏସପି ଓ ତାଙ୍କ ଟିମ୍ ପକ୍ଷରୁ ଯନ୍ତ୍ରୀଙ୍କ ଠିକଣାରେ ଚଢ଼ାଉ ଜାରି ରହିଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ବାବୁଙ୍କ ବିଳାସପୂର୍ଣ୍ଣ ଘରର ଦୃଶ୍ୟ। ଘର ନୁହେଁ ତ ଯେପରି ରାଜ ଉଆସ। ବାବୁ ଘର ଭିତରେ ରହିଛି ସୁଇମିଂ ପୁଲ୍। ଏଥିରୁ ଆପଣ ଅନୁମାନ କରିପାରୁଥିବେ, କେତେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବେ ବାବୁ। ଅନ୍ୟପକ୍ଷରେ ବାବୁଙ୍କ ବାସଭବନରେ ତଲାସି ବେଳେ ନଗଦ ୩ଲକ୍ଷ ୪୭ହଜାର ଟଙ୍କା ମିଳିଛି। ନିର୍ବାହୀ ଯନ୍ତ୍ରୀଙ୍କ ନୟାଗଡ଼ରେ ଥିବା ପୈତୃକ ଘର, ଭୁବନେଶ୍ବରରେ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।










