29.4 C
Bhubaneswar
Tuesday, June 23, 2026
Homeଓଡିଶାପ୍ରତିବନ୍ଧକ ହଟିଲା: ସପ୍ତାହ ପରେ ଫେରିଲା ଟେଲିଗ୍ରାମ

ପ୍ରତିବନ୍ଧକ ହଟିଲା: ସପ୍ତାହ ପରେ ଫେରିଲା ଟେଲିଗ୍ରାମ

 ନୂଆଦିଲ୍ଲୀ: ଏକ ସପ୍ତାହ ପରେ ଫେରିଲା ଟେଲିଗ୍ରାମ। ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ହୋଇଥିବା ସମୟସୀମା ସରିବା ପରେ ଜୁନ୍ ୨୨ ମଧ୍ୟରାତ୍ରିରେ ଗୁଗଲ ଟେଲିଗ୍ରାମ ଉପରୁ ପ୍ରତିବନ୍ଧକ ହଟାଇଛି । ତେବେ ଆପଲ ଆପ୍ ଷ୍ଟୋରରେ ଟେଲିଗ୍ରାମ ସକାଳ ୧୦ଟା ସୁଦ୍ଧା ଡିଲିଷ୍ଟେଡ୍ ଥିଲା । ତେବେ ଆପ୍‌ ରୁ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପରେ ପ୍ରତିବନ୍ଧକ ହଟିନାହିଁ । ଏହାର ମେସେଜ୍ ଏଡିଟିଂ ଫିଚର ଉପରେ ଏବେବି ପ୍ରତିବନ୍ଧକ ଲାଗିଛି । ଜୁନ୍ ୩୦ ଯାଏଁ ଏହି ଫିଚର ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଟେଲିଗ୍ରାମ୍ ସିଇଓ ପାୱେଲ ଡୁରୋବ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, କିଛି ଲୋକଙ୍କ ପାଇଁ ପୁରା ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇବା ନିଷ୍ପତ୍ତି ଠିକ୍ ନୁହେଁ । ଏହି ମାମଲା ଡିଜିଟାଲ୍ ପ୍ଲାଟଫର୍ମର ଦାୟିତ୍ୱବୋଧ ଏବଂ ବିଷୟବସ୍ତୁ ନିୟନ୍ତ୍ରଣ ସମ୍ପର୍କରେ ସରକାର ଏବଂ ଟେକ୍ କମ୍ପାନୀଗୁଡ଼ିକ ମଧ୍ୟରେ ବଢ଼ୁଥିବା ଚାପକୁ ପ୍ରତିଫଳିତ କରୁଛି । ଭବିଷ୍ୟତରେ, ଟେଲିଗ୍ରାମ ସମେତ ମେସେଜିଂ ପ୍ଲାଟଫର୍ମଗୁଡିକରେ ଭୁଲ ସୂଚନା, ପରୀକ୍ଷା ସମ୍ବନ୍ଧୀୟ ଠକେଇ ଏବଂ ଅବୈଧ ବିଷୟବସ୍ତୁକୁ ରୋକିବା ପାଇଁ ସରକାର ଅଧିକ କଠୋର ନିୟମ ଲାଗୁ କରିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking