ଇଂଲଣ୍ତ: ଇସ୍ତଫା ଦେଲେ ବିଟ୍ରିଶ ପ୍ରଧାନମନ୍ତ୍ରୀ। ସୋମବାର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ନିଜେ ଇସ୍ତଫା ନେଇ ଘୋଷଣା କରିଛନ୍ତି।ଲେବର ପାର୍ଟି ମଧ୍ୟରେ ବିଦ୍ରୋହର ସମ୍ମୁଖୀନ ହେବା ପରେ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ୨୦୨୪ ନିର୍ବାଚନରେ ଲେବର ପାର୍ଟିରୁ ଷ୍ଟାର୍ମର ବିଜୟ ହୋଇଥିଲେ। ୧୪ ବର୍ଷ କ୍ଷମତାରେ ଥିବା କଞ୍ଜରଭେଟିଭ୍ ପାର୍ଟିକୁ ଗାଦିଚ୍ୟୁତ କରିଥିଲେ। ଷ୍ଟାର୍ମର କହିଛନ୍ତି ଲେବର ପାର୍ଟି ବିଶ୍ୱାସ କରେ ନାହିଁ ଯେ ମୁଁ ପରବର୍ତ୍ତୀ ନିର୍ବାଚନରେ ନେତୃତ୍ୱ ନେବା ପାଇଁ ଉପଯୁକ୍ତ ବ୍ୟକ୍ତି। ଷ୍ଟାରମରଙ୍କ ଇସ୍ତଫା ଲେବର ପାର୍ଟି ଭିତରେ ତାଙ୍କ ନେତୃତ୍ୱକୁ ନେଇ ବଢ଼ୁଥିବା ଅସନ୍ତୋଷ ମଧ୍ୟରେ ଆସିଛି। ସ୍ଥାନୀୟ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ଏବଂ ଲୋକପ୍ରିୟତା ହ୍ରାସ ପାଇବା ମଧ୍ୟ ତାଙ୍କ ଉପରେ ଚାପ ବୃଦ୍ଧି ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ, ଆଣ୍ଡି ବର୍ନହାମ୍ ତାଙ୍କ ଉତ୍ତରାଧିକାରୀ ହେବା ପାଇଁ ଆଗୁଆ ଅଛନ୍ତି। ତାଙ୍କୁ ଲେବର ସାଂସଦମାନଙ୍କ ସମର୍ଥନ ମିଳିଥିବା କୁହାଯାଉଛି। ଷ୍ଟାରମର ୨୦୨୪ ମସିହାରେ ଲେବର ପାର୍ଟିକୁ ଏକ ବିଶାଳ ନିର୍ବାଚନ ବିଜୟ ପାଇଁ ନେତୃତ୍ୱ ନେଇଥିଲେ, କିନ୍ତୁ ସେବେଠାରୁ ତାଙ୍କ ଲୋକପ୍ରିୟତା କ୍ରମାଗତ ଭାବରେ ହ୍ରାସ ପାଇଛି।










