କେନ୍ଦ୍ରାପଡା: କେନ୍ଦ୍ରାପଡା ମହାକାଳପଡା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ସହ ଗଣ୍ଡଗୋଳ ମାମଲାରେ ଆଉ ଜଣେ ଗିରଫ । ଚତୁର୍ଥ ଅଭିଯୁକ୍ତ ସୁକାନ୍ତ ସ୍ୱାଇଁଙ୍କୁ ଗିରଫ କରିଛି ମହାକାଳପଡା ଥାନା ପୋଲିସ । ବିଡିଓଙ୍କ ଚାମ୍ବରରେ ଚାମେଲିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସୋ ଗିରଫ ହୋଇଛନ୍ତି । ଏହି ମାମଲାରେ ପୂର୍ବରୁ ୩ ଜଣ ଗିରଫ ହୋଇଥିବା ବେଳେ ଏବେ ଚତୁର୍ଥ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଜୁନ ୧୧ ତାରିଖରେ ମହାକାଳପଡା ବିଡିଓଙ୍କ ଚାମ୍ବରରେ ଘଟିଥିବା ଏ ଘଟଣାକୁ ନେଇ ପୂରା ରାଜ୍ୟରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା ।










