କୋରାପୁଟ: କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ସୀମାନ୍ତ ଜଙ୍ଗଲରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି । ଗୋଟିଏ ଇନସାସ ରାଇଫଲ, ଛଅଟି ଦେଶୀ ବନ୍ଧୁକ ସାତଟି ଟିଫିନ୍ ବୋମା ମାଓ କ୍ଲେମର ମାଇନ ଗୋଟିଏ (ଅଠର କେଜି) ମାଓ ପୁସ୍ତକ, ମେଡିସିନ ଓ ଖାଦ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। କୋରାପୁଟ ଡିଭିଏଫ ଯବାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଛି। ବୈପାରିଗୁଡ଼ା ଥାନା ବାଦୁଡିପାହାଡ଼ ଜଙ୍ଗଲରେ ମାଟି ତଳେ ରଖା ଯାଇଥିଲା ଏଇ ସାମଗ୍ରୀ। ଆଜି ସକାଳୁ ପାହାନ୍ତିଆ ସମୟରେ ଡିଭିଏଫ ଯବାନ ଚଢ଼ଉ କରି ଏଇ ସବୁ ସାମଗ୍ରୀ ଉଦ୍ଧାର କରିଥିବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।










