35.5 C
Bhubaneswar
Monday, June 22, 2026
Homeଓଡିଶା୫ ଦିନ ଯାଏଁ କାଳବୈଶାଖୀ ନେଇ ଆଲର୍ଟ

୫ ଦିନ ଯାଏଁ କାଳବୈଶାଖୀ ନେଇ ଆଲର୍ଟ

ଭୁବନେଶ୍ୱର: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ। ମେଘୁଆ ପାଗ ସହିତ ଅନେକ ସ୍ଥାନରେ ବର୍ଷ।  ଆସନ୍ତାକାଲିଠୁ ପୁଣି ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିପାଇଁ କୋରାପୁଟ, ରାୟଗଡ଼ା ଓ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି। ସେହିଭଳି କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ନୟାଗଡ଼, ପୁରୀ, ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝଡ଼ବର୍ଷା ହେବା ନେଇ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର। ବର୍ଷା ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ମଧ୍ୟ ବହିପାରେ। ତେବେ ଉପକୂଳରେ ଗରମଗୁଳୁଗୁଳି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking