35.5 C
Bhubaneswar
Monday, June 22, 2026
Homeଓଡିଶାପୁଣି ଶ୍ରୀରାମ ମନ୍ଦିରରୁ ଚୋରି

ପୁଣି ଶ୍ରୀରାମ ମନ୍ଦିରରୁ ଚୋରି

ପୁରୀ: ପୁଣି ପୁରୀରେ ମନ୍ଦିରକୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ । ରେଳ ଷ୍ଟେସନ ନିକଟସ୍ଥ ରାମ ମନ୍ଦିରରୁ ହୁଣ୍ଡି ତାଡ଼ି ଟଙ୍କା ଲୁଟି ନେଇଛନ୍ତି ଚୋର । ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି ।ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ମନ୍ଦିର ପରିସରରେ ଲାଗିଥିବା ସିସିଟିଭିକ୍ୟାମେରାର ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ ଚାଲିଛି। ବାରମ୍ବାର ମନ୍ଦିରକୁ ଟାର୍ଗେଟ୍ କରି ଚୋରି ଘଟଣା ଘଟୁଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଚୋରମାନଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking