ନୂଆଦିଲ୍ଲୀ: ତାମିଲନାଡୁରେ ଗ୍ୟାସ ଲିକ ଘଟଣା । ଓଡିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି । ମୃତକମାନେ ହେଲେ ଜିମାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଭୂମିଆ ଜୁଆଙ୍ଗ, ଶିବାନୀ ଓ ଫୁଲମଣି ଜୁଆଙ୍ଗ । ସମସ୍ତ ମୃତକ ମହିଳା କେନ୍ଦୁଝର ଜିଲ୍ଲାର ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ସୂଚନା ଥାଉକି, ଗତକାଲି ତିରୁଭଲ୍ଲିର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ ଫ୍ୟାକ୍ଟ୍ରିରେ ଗତକାଲି ଏମୋନିଆ ଗ୍ୟାସ ଲିକ ଯୋଗୁଁ ଓଡିଆ ଶ୍ରମିକ ମୃତାହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏକ ୩ ଜଣିଆ ଟିମ ତାମିଲନାଡୁ ଗସ୍ତ କରିଛନ୍ତି । ମୃତଦେହ ଓଡିଶା ଆଣିବାକୁ ସରକାର ବ୍ୟବସ୍ଥା କରୁଛନ୍ତି । ଏହି ପରୀପ୍ରେକ୍ଷୀରେ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ । ଅନ୍ୟପଟେ ତାମିଲନାଡୁ ଗ୍ୟାସ ଲିକରେ ୨ ଓଡିଆ ମହିଳାଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










