30 C
Bhubaneswar
Sunday, June 21, 2026
Homeଓଡିଶାସୁସ୍ଥମୟ ଜୀବନ ପାଇଁ ଯୋଗ ଜରୁରୀ: ମନମୋହନ ସାମଲ

ସୁସ୍ଥମୟ ଜୀବନ ପାଇଁ ଯୋଗ ଜରୁରୀ: ମନମୋହନ ସାମଲ

 କଟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଆନ୍ତର୍ଜାତିକ ଯୋଗ ଦିବସରେ ସାମିଲ ହେଲେ ରାଜ୍ୟ ସଭାପତି
 ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉଦ୍ୟମ ଯୋଗୁ ସାରା ବିଶ୍ୱରେ ଏବେ ଯୋଗଦିବସ ପାଳନ କରାଯାଉଛି
କଟକ/ଭୁବନେଶ୍ୱର: ଚଳିତ ବର୍ଷ ଯୋଗ ଦିବସର ଶୀର୍ଷକ ହେଉଛି “ସୁସ୍ଥମୟ ଜୀବନ ପାଇଁ ଯୋଗ” । ଆଜିର ବ୍ୟସ୍ତବହୁଳ ଜୀବନରେ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ବ୍ୟାୟାମ ନୁହେଁ ଶରୀର ଓ ମନ ଭିତରେ ସମନ୍ୱୟ ସ୍ଥାପନ କରିବାର ମାଧ୍ୟମ । ଏନେଇ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଯୋଗ କରିବା ଜରୁରୀ ବୋଲି ୧୨ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ କଟକର ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ।

ଯୋଗ ମହୋତ୍ସବ ସଂସ୍ଥାର ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଯୋଗ ପ୍ରାଚୀନ ଭାରତୀୟ ପରମ୍ପରାର ଏକ ଅମୂଲ୍ୟ ଉପହାର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁ ୫ହଜାର ବର୍ଷର ପ୍ରାଚୀନ ଯୋଗ ସାରା ବିଶ୍ୱରେ ସ୍ୱିକୃତୀ ଲାଭ କରିଛି । ୨୦୧୪ ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘ ‘ଯୋଗ’କୁ ମାନ୍ୟତା ଦେବା ସହ ଜୁନ୍ ୨୧କୁ “ଆନ୍ତର୍ଜାତିକ ଯୋଗ ଦିବସ”ର ମାନ୍ୟତା ପ୍ରଦାନ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉଦ୍ୟମ ଯୋଗୁ ସାରା ବିଶ୍ୱରେ ଏବେ ଯୋଗଦିବସ ପାଳନ କରାଯାଉଛି । ଯୋଗ ଦ୍ୱାରା ବ୍ୟକ୍ତି କର୍ମଚଂଚଳ ହେବା ସହ ପ୍ରଫୁଲ୍ଲଚିତ ଅନୁଭବ କରେ । ନିୟମିତ ଯୋଗ କରିବା ଦ୍ୱାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳେ । ଏହାକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋତ୍ସାହିତ କରୁଛନ୍ତି । ଏହି ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ଶ୍ରୀ ସାମଲ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରି ଏକ ସୁସ୍ଥ ସଂଯମୀ ଓ ଆନନ୍ଦମୟୀ ଜୀବନଯାପନ କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ରାଜ୍ୟ ନେତୃବୃନ୍ଦ, ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking