31.4 C
Bhubaneswar
Sunday, June 21, 2026
Homeଦେଶ ବିଦେଶହର୍ମୁଜ ବନ୍ଦ କଲା ଇରାନ

ହର୍ମୁଜ ବନ୍ଦ କଲା ଇରାନ

ତେହେରାନ: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଥମିବାର ନାଁ ଧରୁ ନାହିଁ। ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବାର ଅଳ୍ପ କିଛି ଘଣ୍ଟା ପରେ ପୁନର୍ବାର ମଧ୍ୟପ୍ରାଚ୍ୟ ଅଶାନ୍ତ ହୋଇପଡ଼ିଛି। ଶାନ୍ତି ଚୁକ୍ତି ହେବା ପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ପରିବହନ କ୍ଷେତ୍ରରେ ବେଶ୍‌ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ଇସ୍ରାଏଲ ତରଫରୁ ଲେବାନନ୍‌ ଉପରେ କ୍ରମାଗତ ଆକ୍ରମଣରେ ୫୦ରୁ ଅଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାରୁ ଏହାକୁ ବିରୋଧ କରି ଇରାନ ଶନିବାର ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଦେଇଛି। ଲେବାନନ୍‌ ଉପରେ ଇସ୍ରାଏଲ ଆକ୍ରମଣ କରିବା ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ଭଙ୍ଗ ବୋଲି ଦର୍ଶାଇ ଇରାନ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସେହି ଦେଶର ଶୀର୍ଷ ମିଳିତ ସାମରିକ କମାଣ୍ଡ ଖାତାମ୍ ଅଲ୍-ଆନ୍ବିୟା କେନ୍ଦ୍ରୀୟ ମୁଖ୍ୟାଳୟ ତରଫରୁ ଘୋଷଣା କରାଯାଇଛି। ଯଦି ଇସ୍ରାଏଲ ତରଫରୁ ଲେବାନନ୍‌ ଉପରେ ପୁନର୍ବାର ଆକ୍ରମଣ କରାଯାଏ ତେବେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଇରାନ ତରଫରୁ ଘୋଷଣା କରାଯାଇଛି। ପରବର୍ତ୍ତୀ ସମୟରେ ଇରାନ୍‌ର ଆଇଆରଜିପି ତରଫରୁ ଘୋଷଣା କରାଯାଇଥିଲା ଯେ ହର୍ମୁଜ ଦେଇ ଜାହାଜ ଚଳାଚଳ ବନ୍ଦ କରାଯାଇଛି। ଯଦି କୌଣସି ଜାହାଜ ଏହି ନିଷେଧାଦେଶ ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରନ୍ତି ତେବେ ଯାହା ପରିଣାମ ହେବ ସେଥିପାଇଁ ସେମାନେ ଦାୟୀ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking