31.7 C
Bhubaneswar
Saturday, June 20, 2026
Homeଓଡିଶାଭାଲୁ ମୃତ୍ୟୁ: ୫ ଗିରଫ

ଭାଲୁ ମୃତ୍ୟୁ: ୫ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଭାଲୁ ମୃତ୍ୟୁ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଗତ ୧୭ ତାରିଖ ଦିନ ମାଥିଲି ବନାଞ୍ଚଳ ଅନ୍ତର୍ଗତ ଡାଇଗୁଡା ଗ୍ରାମ ନିକଟରେ ଏକ ଜଙ୍ଗଲି ଭାଲୁ ରାସ୍ତା ପାରି ହେଉଥିବା ସମୟରେ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲା। ଲୋକଙ୍କ ଠେଙ୍ଗା ବାଡି ଓ ପଥର ମାଡରେ ଭାଲୁଟି ଗୁରୁତର ଭାବେ ଆହତ ହେବା ପରେ ବନ ବିଭାଗ ଭାଲୁଟିକୁ ଉଦ୍ଧାର କରି ଚିକିତ୍ସା ଆରମ୍ଭ କରିଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହେବା ପରେ ପାଞ୍ଚ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବନ୍ୟ ଜନ୍ତୁ ସୁରକ୍ଷା ଆଇନ ବଳୟରେ ଏମାନଙ୍କୁ ଗିରଫ କରାଯାଇଛି ବୋଲି ମାଲକାନଗିରି ଡିଏଫଓ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking