29.5 C
Bhubaneswar
Saturday, June 20, 2026
Homeଓଡିଶାଯଶିପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଯଶିପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର ; ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସିକିଲ ସେଲ ସଚେତନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ , ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସହ ଯୋଗ ଦେଇଛନ୍ତି | ସିକିଲ ସେଲ ରୋଗର ନିରାକରଣ, ନିୟନ୍ତ୍ରଣ ଓ ସଚେତନତା ବୃଦ୍ଧି ସମ୍ପର୍କରେ ମତ ବ୍ୟକ୍ତ କରି ସେହି ରୋଗରେ ପୀଡ଼ିତ ଥିବା କିଛି ବ୍ୟକ୍ତିଙ୍କ ସହ ଆଲୋଚନା କରି ସେମାନଙ୍କୁ ଉତ୍ସାହିତ କରିବା ସହ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ସେମାନଙ୍କୁ ପ୍ରେରିତ କରିଛନ୍ତି ମାନ୍ୟବର ମନ୍ତ୍ରୀ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଦେଶବ୍ୟପୀ ଜାତୀୟ ସିକିଲ ସେଲ ଆନେମିଆ ମୁକ୍ତ ଅଭିଯାନକୁ ଅଧିକ ବ୍ୟାପକ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ୱାବଧାନରେ ରାଜ୍ୟରେ ସଚେତନତା ଓ ସ୍କ୍ରିନିଂ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରାଯାଉଛି। ଏହି ରୋଗର ମୂଳୋତ୍ପାଟନ ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ସହ ୨୦୪୭ ସୁଦ୍ଧା ସିକିଲ ସେଲ ମୁକ୍ତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ସଂକଳ୍ପ ନେବାକୁ ମାନ୍ୟବର ମନ୍ତ୍ରୀ ଆହ୍ୱାନ କରିଥିଲେ । ସୂଚନା ଅନୁସାରେ, ସାରା ରାଜ୍ୟରେ ୪୦ ବର୍ଷ ବୟସ ଭିତରେ ଥିବା ଜନସାଧାରଣଙ୍କ ସିକିଲ୍ ସେଲ୍ ପରୀକ୍ଷା କରାଯାଉଛି ଏବଂ ପାଖାପାଖି ୧ ଲକ୍ଷ ୨୦ ହଜାର ସିକଲ୍ ସେଲ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ପ୍ରଦାନ କରାଯାଉଛି। ପଞ୍ଜୀକୃତ ସିକିଲ୍ ସେଲ୍ ରୋଗୀଙ୍କୁ ସରକାରଙ୍କ ତରଫରୁ ମାସକୁ ୫୦୦ ଟଙ୍କା ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking