32.7 C
Bhubaneswar
Friday, June 19, 2026
Homeଓଡିଶାଆସନ୍ତାକାଲିର ସଭା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ : ମନମୋହନ ସାମଲ

ଆସନ୍ତାକାଲିର ସଭା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ : ମନମୋହନ ସାମଲ

ରାଇରଙ୍ଗପୁର/ଭୁବନେଶ୍ୱର: ଆସନ୍ତାକାଲି ୨୦ ଜୁନ୍‌ରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଉଭୟେ ରାଇରଙ୍ଗପୁରଠାରେ ଗୋଟିଏ ମଂଚରେ ଯୋଗଦେଇ ଜନସଭାକୁ ସମ୍ବୋଧିତ କରିବେ । ଏହା ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ । ଏହି ଅବସରରେ ଦେଶ ଓ ଜାତି ଉଦ୍ଦେଶ୍ୟରେ ୪୭ ହଜାର କୋଟି ଟଙ୍କାର ଶିଳାନ୍ୟାସ କରାଯିିିିିବ । ଆସନ୍ତାକାଲିର ସଭା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ରାଇରଙ୍ଗପୁରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ଓଡ଼ିଶାର ସାଧାରଣ ବନବାସୀ ପରିବାରରେ ଜନ୍ମ ହୋଇଥିବା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ । ସେ ଦେଶର ସର୍ବୋଚ୍ଚ ପଦବୀରେ ଆସିନ୍ନ ହୋଇ ରାଷ୍ଟ୍ରପତି ପଦବୀ ଭଳି ଗାରିମାମୟ ପଦବୀରେ ଅଧିଷ୍ଠିତ ହୋଇଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମୟୁରଭଞ୍ଜରେ ପହଂଚିବା ପରେ ଆସନ୍ତାକାଲି ତାଙ୍କ ଶାଶୁ ଘର ଗ୍ରାମ ପାହଡ଼ପୁର ଗସ୍ତରେ ଯିବେ । ଏହି ସମୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମଧ୍ୟ ଉପସ୍ଥିତ ରହିବେ । ଉଭୟେ ଉକ୍ତ ଗ୍ରାମର ଓଲସମା ଓ ସାନ୍ତାଳି ସମାଜର ପବିତ୍ର ପୀଠରେ ପୂଜାର୍ଚ୍ଚନା କରିବେ । ସେଠାରେ ଥିବା ବିଦ୍ୟାଳୟ, ବିଦ୍ୟାମନ୍ଦିର ଓ ସ୍କିଲ୍ ଡେଭଲପ୍‌ମେଂଟ ଅନୁଷ୍ଠାନକୁ ପରିଦର୍ଶନ କରିବା ସହ ବିଦ୍ୟାର୍ଥୀମାନଙ୍କୁ ଉତ୍ସାହିତ କରିବେ । ଏହାପରେ ରାଇରଙ୍ଗପୁରରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବା ସହ ଶକ୍ତି, ଶିଳ୍ପ ଭିତିଭୂମି, ସଡ଼କ ସଂଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଜଳସେଚନ ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ମୁଖ୍ୟ ଶିଳ୍ପନ୍ୟାସ ପ୍ରକଳ୍ପଗୁଡିକ ମଧ୍ୟରେ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅପର ଇନ୍ଦ୍ରାବତି ଅନ୍ତଷ୍ଟୋରେଜ ପ୍ରକଳ୍ପ, ଆଇବି ତାପଜ ବିଦ୍ୟୁତ୍ କେନ୍ଦ୍ରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ୬୬୦ ମେଗାୱାଟ୍ ୟୁନିଟ୍‌, ଝାରସୁଗୁଡା ଜିଲ୍ଲାରୁ ଲଖନପୁର ଯାଏଁ ଭାରତ ଟୋଲ୍ ଗ୍ୟାସିଫିକେସନ୍ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ ବିସିଜିସିଏଲ୍ ପ୍ରକଳ୍ପ ରହିଛି । ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରୁ ଭୁବନେଶ୍ୱର ୩୦୦ ଟିଡିପି କ୍ଷମତା କମ୍ପେ୍ଲକ୍ସ ବାୟୋଗ୍ୟାସ ପ୍ଲାଂଟ୍‌, କଟକ-ଭୁବନେଶ୍ୱର ସଂଯୋଗ ପାଇଁ କାଠଯୋଡି ନଦୀ ଉପରେ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତିକରଣ, ନୂଆପଡା ହାଟିପଡା ଜାତୀୟ ରାଜପଥର ୪ଲେନ୍ ବିକାଶ, କୁସୁମଡିମ୍ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ରାଇରଙ୍ଗପୁରଠାରେ ଆଇଜିଏନ୍‌ଏଲୟୁ ଆଂଚଳିକ କେନ୍ଦ୍ର ଓ ବ୍ୟାଡ୍‌ମିଂଟନ୍ କମ୍ପେ୍ଲକ୍ସ ଅନ୍ତର୍ଭୁକ୍ତ ରହିଛି । ବୌଦ୍ଧରେ ୩୦୦ ଶର୍ଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୬ ଅଟଳ ବସ୍‌ଷ୍ଟାଣ୍ଡ, ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ଯାନ ପରୀକ୍ଷା କେନ୍ଦ୍ର ଉଦ୍‌ଘାଟନ କରାଯିବ । ଏହା ବ୍ୟତୀତ ନୟାଗଡ ଟାଉନ୍ ବାଇପାସ୍ ଉଷୁମି ସ୍ମାର୍ଟ ଇରିଗେସନ୍ ପ୍ରକଳ୍ପର ଭୂତଳ ପାଇପ୍ ଲାଇନ୍‌, ଯାଜପୁର କେନ୍ଦୁଝର ରୋଡ୍ ବୈତରଣୀ ରୋଡ୍ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳରୁ ମେରାମଣ୍ଡଳୀ ମଲ୍ଟି ଟ୍ରାକିଂ ପ୍ରକଳ୍ପ, ରାଇରଙ୍ଗପୁରରେ କ୍ରୀଡା କମ୍ପେ୍ଲକ୍ସ ଓ ଆଦିବାସୀ ଗବେଷଣା କେନ୍ଦ୍ର ମଧ୍ୟ ଉଦ୍‌ଘାଟନ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ଭାରତବର୍ଷର ପ୍ରଥମ ବନବାସୀ ରାଜ୍ୟପାଳ ଓ ରାଷ୍ଟ୍ରପତିଭାବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତ ଇତିହାସରେ ନୂଆ ରେକର୍ଡ କରିଛନ୍ତି । ଦେଶ ଓ ବିଦେଶରେ ବହୁ କୀର୍ତିମାନ ଓ ଉଦାହରଣ ସୃଷ୍ଟି କରୁଥିବା କାର୍ଯ୍ୟକ୍ରମରେ ତାଙ୍କର ସମ୍ପୃକ୍ତି ରହିଛି । ସେହିପରି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ସର୍ବକାଳୀନ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡକୁ ଅତିକ୍ରାନ୍ତ କରିବା ପରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ସର୍ବଦା ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି । ଓଡ଼ିଶା ସମୃଦ୍ଧ ହୋଇ ଏକ ନମ୍ବର ରାଜ୍ୟରେ ପରିଣତ ହେଲେ ପୂର୍ବୋଦୟର ବିକାଶ ସମ୍ଭବ । ଓଡ଼ିଶାକୁ ଶିଖରରେ ପହଂଚାଇବା ପାଇଁ ପ୍ରବାସୀ ଭାରତଠାରୁ ଉତ୍କର୍ଷ ଓଡ଼ିଶା ପର୍ଯ୍ୟନ୍ତ ସବୁ କାର୍ଯ୍ୟକ୍ରମରେ ସେ ଯୋଗଦେଇ ସ୍ପଷ୍ଟତାର ସହ ସେ ଏହା କହିଛନ୍ତି । ବିକଶିତ ଭାରତରେ ଓଡ଼ିଶାର ଯେପରି ସର୍ବାଧିକ ଯୋଗଦାନ ରହିବ ସେହି ସଂକଳ୍ପ ନେଇ ମୋଦିଜୀ ଓଡ଼ିଶା ଆସୁଛନ୍ତି । ଏନେଇ ମୟୁରଭଞ୍ଜ ସମେତ ସମଗ୍ର ଓଡ଼ିଶାରେ ଆଜି ଆନ୍ଦନ ଓ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୟୁରଭଞ୍ଜ ସାଂସଦ ଶ୍ରୀ ନବଚରଣ ମାଝୀ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଞ୍ଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking