32.7 C
Bhubaneswar
Friday, June 19, 2026
Homeଓଡିଶାବିଏଲଓଙ୍କୁ ଆକ୍ରମଣ: ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ

ବିଏଲଓଙ୍କୁ ଆକ୍ରମଣ: ଥାନାରେ ଏତଲା ପରେ ଅଭିଯୁକ୍ତ ଗିରଫ

କଟକ: SIR କାର୍ଯ୍ୟରେ ନିୟୋଜିତ ଥିବା ଜଣେ BLOଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । କଟକ ଶଙ୍କରପୁର ଡିହସାହି ଅଞ୍ଚଳରେ ଘଟିଛି ଏଭଳି ଘଟଣା ।ପୋଲିସର ସୂଚନା ମୁତାବକ, ଶୁକ୍ରବାର ଶଙ୍କରପୁର ବିଶିନାବର ଅଞ୍ଚଳରେ SIR କାର୍ଯ୍ୟ ଚାଲିଥିଲା । ତେବେ BLO ଜଣକ ସେଠାକୁ ଯାଉଥିବା ବେଳେ ଡିହସାହି ନିକଟରେ ଜଣେ ମଦ୍ୟପ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ବାଦାମବାଡ଼ି ଥାନାରେ ଏତଲା ହୋଇଛି। ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଶୁ ଚିକିତ୍ସା ପାଇଁ BLOଙ୍କୁ ମେଡିକାଲ ପଠାଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking