30.7 C
Bhubaneswar
Thursday, June 18, 2026
Homeଓଡିଶାଓଡ଼ିଶାର ୭୦୭ଟି ନୂତନ ସ୍ଥାନରେ ୪ଜି ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କୁ ଏନଓସି ପାଇଁ...

ଓଡ଼ିଶାର ୭୦୭ଟି ନୂତନ ସ୍ଥାନରେ ୪ଜି ମୋବାଇଲ ଟାୱାର ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କୁ ଏନଓସି ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଓ ସେବାବଞ୍ଚିତ ଅଞ୍ଚଳଗୁଡ଼ିକରେ ମୋବାଇଲ ସଂଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଡିଜିଟାଲ ଭାରତ ନିଧି (DBN) ରେ ଓଡ଼ିଶାର ୭୦୭ଟି ନୂତନ ସ୍ଥାନରେ ୪ଜି ମୋବାଇଲ ଟାୱାର ସ୍ଥାପନ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ଡିଜିଟାଲ ସଂଯୋଗ ବ୍ୟବସ୍ଥାର ବ୍ୟାପକ ବିକାଶ ସମ୍ଭବ ହେବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଡିଜିଟାଲ ଇଣ୍ଡିଆ ମିଶନର ସଫଳ ରୁପାନୟନ ପାଇଁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହେଉଥିବାରୁ ମାନ୍ୟବର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ଼ ମୁକେଶ ମହାଲିଙ୍ଗ ଧନ୍ୟବାଦ ଜଣାଇଛନ୍ତି | ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ ସମ୍ବନ୍ଧିତ ୨୫ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଶୀଘ୍ର ଆବଶ୍ୟକ ଜମି ଉପଲବ୍ଧ କରାଇବା ସହିତ ବିଏସଏନଏଲ୍ ପକ୍ଷରେ ଏନଓସି (NOC) ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସ୍ଥାନରେ ପ୍ରାୟ ୨୦୦୦ ବର୍ଗଫୁଟ ସରକାରୀ ଜମିରେ ଟାୱାର ସ୍ଥାପନ କରାଯିବ।

ଏପର୍ଯ୍ୟନ୍ତ ୨୯୪ଟି ସ୍ଥାନ ପାଇଁ ଏନଓସି ପ୍ରଦାନ କରାଯାଇଥିବାରୁ ସେହି ଅଞ୍ଚଳଗୁଡ଼ିକରେ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଅବଶିଷ୍ଟ ସ୍ଥାନଗୁଡ଼ିକରେ ମଧ୍ୟ ଶୀଘ୍ର କାର୍ଯ୍ୟ ସମାପ୍ତ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ୪ଜି ସାଚୁରେସନ ପ୍ରକଳ୍ପ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସମାବେଶକୁ ନୂଆ ଦିଗ ଦେବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ଣ୍ଣାନ୍ସ ଓ ବିଭିନ୍ନ ଡିଜିଟାଲ ସେବାର ପହଞ୍ଚକୁ ଅଧିକ ସୁଦୃଢ଼ କରିବ। ଡିଜିଟାଲ ମିଶନ କ୍ଷେତ୍ରରେ ସୂଚନାଯୋଗ୍ୟ ଯେ “ଭାରତ ନେଟ୍ ପରିଯୋଜନା” ଫେଜ୍-୩ ରେ ଗ୍ରାମୀଣ ଓଡ଼ିଶାକୁ ଡିଜିଟାଲ୍‌ ଭାବେ ସଶକ୍ତ କରିବା ଦିଗରେ ଭାରତନେଟ୍‌ ପ୍ରକଳ୍ପ ହାଇସ୍ପିଡ ଇଣ୍ଟରନେଟ୍‌ ସେବା ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ, ଇ-ଗଭର୍ନାନ୍ସ ଓ ଡିଜିଟାଲ୍‌ ଅର୍ଥନୀତିକୁ ଗ୍ରାମ ସ୍ତରରେ ଆହୁରି ସୁଦୃଢ କରାଯିବା ପାଇଁ କେନ୍ଦ୍ର ସରକାର ଓଡ଼ିଶା ପ୍ରଦେଶରେ ପ୍ରାୟ ୪୦୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାକୁ ଆଗାମୀ ୩ ବର୍ଷରେ ଶେଷ କରାଯିବ । ବ୍ଲକକୁ ଗୋଟିଏ ୟୁନିଟ ହିସାବରେ ବ୍ଲକ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ, ସେଠାରୁ ପଞ୍ଚାୟତକୁ ଯୋଡି ପଞ୍ଚାୟତ ଅପ୍ଟିକାଲ ଫାଇବର ସଂଯୋଗୀକରଣ କେନ୍ଦ୍ର କରାଯିବ ଓ ପଞ୍ଚାୟତରୁ ଘରକୁ ଘର ସଂଯୋଗ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking