33.6 C
Bhubaneswar
Thursday, June 18, 2026
Homeଓଡିଶାଚଳିତ ମାସରେ ଜମା ହେବ ଇପିଏଫ୍‌ ସୁଧ

ଚଳିତ ମାସରେ ଜମା ହେବ ଇପିଏଫ୍‌ ସୁଧ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ଲାଗି ଖୁସି ଖବର। ଖୁବ୍‌ଶୀଘ୍ର ସେମାନଙ୍କ ଖାତାରେ ୨୦୨୫-୨୬ ଆର୍ଥିକ ବର୍ଷର ସୁଧ ଟଙ୍କା ଜମା ହେବାକୁ ଯାଉଛି। କେନ୍ଦ୍ର ସରକାର ଏହି ବର୍ଷ ପାଇଁ ୮.୨୫ ପ୍ରତିଶତ ସୁଧକୁ ମଞ୍ଜୁର କରିଛନ୍ତି। ଚଳିତ ମାସରେ ସୁଧ ଜମା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଗତ ମାର୍ଚ୍ଚରେ ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ୮.୨୫ ପ୍ରତିଶତ ସୁଧ ଧାର୍ଯ୍ୟ କରାଯିବା ସହ ତାହାକୁ ମଞ୍ଜୁର କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଅର୍ଥ ମନ୍ତ୍ରଣାଳୟ ସେହି ପ୍ରସ୍ତାବକୁ ଗ୍ରହଣ କରିଛି। ତେଣୁ ଚଳିତ ମାସରେ ଇପିଏଫ୍‌ଓରୁ ୭ କୋଟିରୁ ଅଧିକ ସଦସ୍ୟଙ୍କ ଖାତାରେ ୨୦୨୫-୨୬ର ସୁଧ ଜମା କରାଯିବ। ସୁଧ ଜମା କରିବାକୁ ଶ୍ରମ ମନ୍ତ୍ରଣାଳୟକୁ ଅର୍ଥ ମନ୍ତ୍ରଣାଳୟ ସବୁଜ ସଙ୍କେତ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking