ଗଞ୍ଜାମ: ଭତ୍ତା ନମିଳିବାରୁ ଭିକ ମାଗୁଛନ୍ତି ବୃଦ୍ଧ। ୩ ମାସ ହେଲା ଭତ୍ତା ଯନ୍ତ୍ରଣାରେ ଧନ୍ଦି ହେଉଛନ୍ତି ବୃଦ୍ଧବୃଦ୍ଧା । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ପଞ୍ଚାୟତ ଚଢ଼େୟାପଡ଼ା ଗାଁରେ ଭତ୍ତା ନପାଇ ସାବିତ୍ରୀ ଦୋରା ନାମକ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ସେହି ଗାଁର ଶଶି ଦାସ ୩ ମାସ ହେଲା ଭତ୍ତା ନପାଇ ଭିକା ବୃତ୍ତି କରି ଚଳୁଛନ୍ତି । ସେହିଭଳି ଗାଁର ଅନେକ ହିତାଧିକାରୀ ଅଛନ୍ତି, ଯେଉଁ ମାନେ ଭତ୍ତା ନପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।










