ଭୁବନଶ୍ୱର: ଉପବାଚସ୍ପତିଙ୍କ ଜାଲ ଦସ୍ତଖତରେ ବଦଳି ଷଡଯନ୍ତ୍ରରେ ଯନ୍ତ୍ରୀ ଗିରଫ । ହରିଚନ୍ଦନପୁର ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମ ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଲେ ଏସିପି ଜୋନ- ୧ । ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ । ନକଲି ଲେଟରପ୍ୟାଡ ଓ ଜାଲ ଦସ୍ତଖତରେ ଦୁହେଁ ବଦଳି ହୋଇଥିଲେ । ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବଙ୍କ ଏତଲା ପରେ ଗିରଫ କରାଯାଇଛି ।










