ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଖୋଲୁଛି ସ୍କୁଲ । ରାଜ୍ୟରେ ମୌସୁମୀ ପ୍ରବେଶ କରିଥିବା ବେଳେ ଗ୍ରୀଷ୍ମର କୋପ କମିଛି । ପୂର୍ବନିର୍ଦ୍ଧାରିତ ସମୟ ଅନୁସାରେ ଜୁନ ୧୮ ତାରିଖରେ ଖୋଲୁଛି ସ୍କୁଲ । ହେଲେ ସମ୍ବଲପୁରରେ ଶୀତଳଷଷ୍ଠୀର ଯାତ୍ରା ପାଇଁ ଆସନ୍ତା ୨୦ ତାରିଖରେ ଛୁଟି ଘୋଷଣା ହୋଇଛି । ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଜିଲ୍ଲାର ସବୁ ସରକାରୀ ଅଫିସ ମଧ୍ୟ ଛୁଟି ହୋଇଛି । ତେବେ ସୁବର୍ଣ୍ଣପୁରରେ ୨୦ ତାରିଖ ଯାଏଁ ବଢିଲା ସ୍କୁଲ ଛୁଟି । ଗ୍ରୀଷ୍ମ ପ୍ରବାହକୁ ଦେଖି ୩ ଦିନ ସ୍କୁଲ ଛୁଟି ବଢିଛି । ଜିଲ୍ଲାର ସବୁ ଅଙ୍ଗନଞ୍ଚାଡି କେନ୍ଦ୍ର ମଧ୍ୟ ୨୦ ଯାଏଁ ବନ୍ଦ ରହିବ ।









