30 C
Bhubaneswar
Monday, June 15, 2026
Homeଓଡିଶାଚାମେଲି ଓଝାଙ୍କୁ ଜଗିଛି ସ୍ପାଏ କ୍ୟାମେରା !

ଚାମେଲି ଓଝାଙ୍କୁ ଜଗିଛି ସ୍ପାଏ କ୍ୟାମେରା !

କେନ୍ଦ୍ରାପଡ଼ା: ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ଜଗିଛି ପୁଲିସର ସ୍ପାଏ କ୍ୟାମେରା । ଚାମେଲି ଏବେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖୁଛି ପୁଲିସର ସ୍ପାଏ କ୍ୟାମେରା । ଚାମେଲିଙ୍କୁ କିଏ ଭେଟିବାକୁ ଆସୁଛନ୍ତି ସବୁକିଛି ନଜର ରଖୁଛି । ଆଜି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍‌ଦୋସ ମେଡିକାଲରେ ଚାମେଲିଙ୍କୁ ଭେଟିବାକୁ ଯିବାବେଳେ ଏ ଘଟଣା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଣେ ମହିଳା ସରପଞ୍ଚଙ୍କର ବ୍ୟକ୍ତିଗତ ଭାବେ ସମସ୍ତ ଗତିବିଧିକୁ ରେକର୍ଡ କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି । ତୁରନ୍ତ ସ୍ପାଏ କ୍ୟାମେରା ହଟାଇବାକୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking