27.8 C
Bhubaneswar
Sunday, June 14, 2026
Homeଦେଶ ବିଦେଶଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା, ଇଣ୍ଟରନେଟ୍ ବନ୍ଦ

ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା, ଇଣ୍ଟରନେଟ୍ ବନ୍ଦ

ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଖବର ମୁତାବକ, କ୍ଷେତରେ ପାଣି ମଡ଼ାଇବାକୁ ନେଇ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥିଲା । ଏହି ଝଗଡ଼ା ଭୟଙ୍କର ସଂଘର୍ଷର ରୂପ ନେଇଥିଲା । ବିଜେପି ଓବିସି ମୋର୍ଚ୍ଚାର ନେତା ବିନୋଦ କଶ୍ୟପଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ଯୁବକଙ୍କୁ ଘେରିଯାଇ ନିର୍ଧୁମ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକ ପୋଲିସ ଉପସ୍ଥିତିରେ ହିଁ ଅଭିଯୁକ୍ତଙ୍କ ଘର ଉପରକୁ ପଥରମାଡ଼ କରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ବିକ୍ଷୋଭକାରୀମାନେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଜାତୀୟ ରାଜପଥକୁ ବହୁ ସମୟ ଧରି ଜାମ୍ କରି ରଖିଥିଲେ । ଗୁଜବ ଏବଂ ହିଂସାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ସାମୟିକ ଭାବେ ସସପେଣ୍ଡ କରାଯାଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିନୋଦଙ୍କ ବାପା ନିଜ ପୁଅର ଅନ୍ତିମ ସଂସ୍କାର କରିବାକୁ ମନା କରିଛନ୍ତି, ଯେ ପର୍ଯ୍ୟନ୍ତ ଅଭିଯୁକ୍ତକୁ ଏନକାଉଣ୍ଟର କରାଯାଇନାହିଁ, ସେମାନଙ୍କ ଘରେ ବୁଲଡୋଜର ଆକ୍ସନ ନିଆ ନ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking