31.1 C
Bhubaneswar
Saturday, June 13, 2026
Homeଓଡିଶାସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ‘ୱି କ୍ୟାନ୍ ବେକ୍‌’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ‘ୱି କ୍ୟାନ୍ ବେକ୍‌’ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚଏମ୍‌) ପକ୍ଷରୁ ଆରମ୍ଭ ହୋଇଥିବା ୬ ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ ବେକ୍‌’ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଏହି ରାନ୍ଧଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ଭାଗ ନେଇଥିବା ୨୦ ପ୍ରତିଯୋଗୀଙ୍କୁ ମିଲେଟ୍ କୁକିଜ୍‌, ୱାଲନଟ୍ ବ୍ରାଉନି, ନାନ୍ ଖଟାଇ, ସ୍ୱିସ୍ ରୋଲ୍‌, ରେଡ୍ ଭେଲଭେଟ୍ କେକ୍‌, ପେଟିସ୍ ଏବଂ ଇଟାଲୀୟାନ୍ ହୋମ୍ ମେଡ୍ ପିଜା ସହିତ ବେକରୀ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଇଥିଲା। ଏସ୍‌ଏଚ୍‌ଏମ୍ ପ୍ରଫେସର ରଂଜନ କୁମାର ମଲ୍ଲିକ ପ୍ରତିଯୋଗୀମାନଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ଲକ୍ଷ୍ୟ ନେଇ ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ସେମାନେ ଏହାକୁ କିପରି ପରଷି ପାରିବେ ସେ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ମାନପାତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସୋଆ ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଏସ୍‌ଏଚ୍‌ଏମ୍‌ର ପ୍ରଫେସର ମଉ ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking