27.8 C
Bhubaneswar
Thursday, June 11, 2026
Homeଓଡିଶାଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ

ଋଣ ଦେବା ନାଁରେ ଠକେଇର ପର୍ଦ୍ଦାଫାଶ

୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍ ଓ ନଗଦ ୩.୬୧ ଲକ୍ଷ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲାର ଅଡବା ଥାନା ପୋଲିସ ଋଣ ପ୍ରଦାନ ନାମରେ ଦୀର୍ଘଦିନ ଧରି ସାଧାରଣ ଲୋକଙ୍କୁ ଠକେଇ କରୁଥିବା ଏକ ବଡ ରାକେଟର ପର୍ଦ୍ଦାଫାଶ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ରବୀନ୍ଦ୍ର ରେଡ୍ଡୀଙ୍କୁ ପୋଲିସ ଗିରଫ କରିଥିବାବେଳେ ତାଙ୍କ ନିକଟରୁ ନଗଦ ୩,୬୧,୨୦୦ ଟଙ୍କା, ୧୩୭ଟି ମୋଟରସାଇକେଲ, ୧୨୭ଟି ମୋବାଇଲ ଫୋନ୍, ବିଭିନ୍ନ ଗାଡ଼ିର ଆର୍‌ସି ଓ ସ୍ମାର୍ଟ କାର୍ଡ, ଚୁକ୍ତିପତ୍ର, ଷ୍ଟାମ୍ପ ପେପର ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଅଭିଯୋଗ ଅନୁସାରେ, ରବୀନ୍ଦ୍ର ରେଡ୍ଡୀ ଲୋକମାନଙ୍କୁ ମୋଟରସାଇକେଲ, ସୁନା ଅଳଙ୍କାର, ମୋବାଇଲ ଫୋନ୍ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ସହ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜମା ରଖିଲେ ଋଣ ପ୍ରଦାନ କରିବ ବୋଲି ପ୍ରଲୋଭିତ କରୁଥିଲେ। ଏହି ପ୍ରଲୋଭନରେ ପଡିମ ପ୍ରାୟ ଛଅ ମାସ ପୂର୍ବେ ଜଣେ ବ୍ୟକ୍ତି ନିଜର ମୋଟରସାଇକେଲ ଓ ସମ୍ପୃକ୍ତ କାଗଜପତ୍ର ଅଭିଯୁକ୍ତଙ୍କ ନିକଟରେ ଜମା ରଖି ୨୦,୦୦୦ ଟଙ୍କା ଋଣ ନେଇଥିଲେ। ଏଥିସହ ଅଭିଯୁକ୍ତ ତାଙ୍କଠାରୁ ଏକ ଖାଲି ଷ୍ଟାମ୍ପ ପେପରରେ ସ୍ୱାକ୍ଷର ମଧ୍ୟ ନେଇଥିଲେ।

ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ଋଣ ରାଶି ଫେରସ୍ତ କରି ନିଜ ମୋଟରସାଇକେଲ ଫେରାଇ ନେବାକୁ ଚାହିଁଥିଲେ ମଧ୍ୟ ରବୀନ୍ଦ୍ର ରେଡ୍ଡୀ ବିଭିନ୍ନ ବାହାନା ଦେଖାଇ ତାଙ୍କୁ ଏଡ଼ାଇ ଚାଲିଥିଲେ। ଶେଷରେ ସେ ଗାଡ଼ି ଫେରାଇବାକୁ ସିଧାସଳଖ ମନା କରିଦେଇଥିଲେ, ଯାହା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗକୁ ଆଧାର କରି ଆର୍. ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ (SDPO) ଶ୍ରୀ ରାକେଶ ସାହୁ, IPSଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କ୍ରମରେ ଅଭିଯୁକ୍ତଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ମୋଟରସାଇକେଲ, ମୋବାଇଲ ଫୋନ୍, ନଗଦ ଟଙ୍କା ଓ ବିଭିନ୍ନ ଦସ୍ତାବିଜ ଜବତ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତଜଣକ ଋଣ ପ୍ରଦାନ ନାମରେ ବହୁ ଲୋକଙ୍କୁ ସମାନ ଢଙ୍ଗରେ ଠକେଇ କରିଥାଇପାରନ୍ତି। ଏହି ରାକେଟ୍‌ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଆହୁରି କେତେ ଲୋକ ଏହାର ଶିକାର ହୋଇଛନ୍ତି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking