27.3 C
Bhubaneswar
Thursday, June 11, 2026
Homeଓଡିଶାଦେବାଶିଷ ସାମନ୍ତରାୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଦେବାଶିଷ ସାମନ୍ତରାୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର : ବରିଷ୍ଠ ନେତା ଦେବାଶିଷ ସାମାନ୍ତରାୟ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥର ସେ ଶାସକ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଟିକେଟ୍‌ରେ ଦିଲ୍ଲୀ ଦରବାରକୁ ଯାଉଛନ୍ତି । ରାଜ୍ୟସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ଘୋଷଣା କରାଯାଇଛି ।କିଛି ଦିନ ତଳେ ଦେବାଶିଷ ବିଜେଡି (ବିଜୁ ଜନତା ଦଳ)ରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତ ମେ ୨୫ ତାରିଖରେ ସେ ଆନୁଷ୍ଠାନିକ ଭାବେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବିଜେଡି ଛାଡ଼ିବାର ମାତ୍ର କେଇଦିନ ଭିତରେ ସେ ପଦ୍ମ ଶିବିରରେ ସାମିଲ ହୋଇଥିଲେ ଏବଂ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟସଭା ପ୍ରାର୍ଥୀ କରିଥିଲା ।ଦେବାଶିଷ ସାମାନ୍ତରାୟଙ୍କ ଭଳି ଜଣେ ଅଭିଜ୍ଞ ନେତା ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ଯିବା ପରେ ଓଡ଼ିଶା ରାଜନୀତିରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ଜୋର୍ ଧରିଛି । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ଦେବାଶିଷଙ୍କ ସମର୍ଥକ ଏବଂ ବିଜେପି ଶିବିରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking