27.3 C
Bhubaneswar
Thursday, June 11, 2026
Homeଓଡିଶାଅବକାରୀ ବିଭାଗର ଏସ୍‌ଆଇ-ଏଏସ୍‌ଆଇସସ୍‌ପେଣ୍ଡ

ଅବକାରୀ ବିଭାଗର ଏସ୍‌ଆଇ-ଏଏସ୍‌ଆଇସସ୍‌ପେଣ୍ଡ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ ବିଭାଗର ଏସ୍‌ଆଇ ଛାୟାକାନ୍ତ ନାୟକ, ଏଏସ୍‌ଆଇ ପ୍ରଦୀପ ମଲ୍ଲିକଙ୍କୁ ଅବକାରୀ କମିଶନ ଚାକିରିରୁ ନିଲମ୍ବନ କରିଛନ୍ତି।ଏନେଇ ରାଜନଗର ଥାନାରେ ଆହତ ବିନୋଦ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ବିନୋଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ।ସୂଚନା ଥାଉକି, ରାଜନଗର ବାରଦିଆରେ ମେ’ ୨୮ରେ ବିନୋଦ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଚୋରାମଦ ବିକ୍ରି ହେଉଥିବା ଅଭିଯୋଗ କରିଥିଲେ। ଏହି ଘଟଣାରେ ଚଢ଼ାଉବେଳେ ବିନୋଦ ଉପସ୍ଥିତ ରହି ଫଟୋ ଉଠାଇବାରୁ ତାଙ୍କୁ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ଘଟଣାରେ ଦୁଇ ଅଧିକାରୀଙ୍କ ବଦଳି ହୋଇଥିଲା। ଏନେଇ ଅବକାରୀ ଅଧୀକ୍ଷକ ବିପ୍ରଚରଣ ମଣ୍ଡଳ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking