39.6 C
Bhubaneswar
Thursday, June 11, 2026
Homeଓଡିଶାଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସର ଏନକାଉଣ୍ଟର। ଅପରାଧୀ ପପୁର ଗୋଡ଼ରେ ଗୁଳି ବାଜିଥିବା ସୂଚନା। ଏନକାଉଣ୍ଟର ବେଳେ ୩ ପୋଲିସ କର୍ମଚାରୀ ବି ଆହତ ହୋଇଛନ୍ତି । ଜଣେ ପୋଲିସ ASI, ଜଣେ କନେଷ୍ଟବଲ୍ ଏବଂ ଜଣେ ପୋଲିସ ଇନସ୍ପେକ୍ଟର ଆହତ ହୋଇଛନ୍ତି।ଖବର ଅନୁଯାୟୀ, ଭଦ୍ରକ ଏସପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ସଦର , ଗ୍ରାମାଞ୍ଚଳ ଓ ପୁରୁଣା ବଜାର ପୋଲିସ ମିଳିତ ଅପରେସନ୍ କରିଥିଲେ। ପୋଲିସ ଚଢ଼ାଉ ବେଳେ ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ପପୁ ପୋଲିସ ଉପରକୁ ଗୁଳି ମାଡ କରିଥିଲା। ଜବାବରେ ପୋଲିସ ଗୁଳି ଚଳାଇଥିଲା। ପପୁ ମଲ୍ଲିକର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀ ପପୁ ନାଁରେ୨୨ରୁ ଅଧିକ ହତ୍ୟା, ରାହାଜାନୀ ଭଳି ଅପରାଧିକ ମାମଲା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking