36.7 C
Bhubaneswar
Thursday, June 11, 2026
Homeଓଡିଶାଚନ୍ଦ୍ରିକାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଚନ୍ଦ୍ରିକାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ପାଣିରେ ବୁଡ଼ି ଅଣନିଶ୍ବାସ ହେବାରୁ ଚନ୍ଦ୍ରିକାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଯାଇଛି। ତେବେ ଚନ୍ଦ୍ରିକାଙ୍କୁ ହତ୍ୟା କରାଯାଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାର କୌଣସି ସତ୍ୟତା ନାହିଁ । କାରଣ ହତ୍ୟା କରାଯାଇଥିବା ନେଇ ପୋଷ୍ଟ ମର୍ଟମ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନାହିଁ । ୪ ତାରିଖରେ କଟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେତୁ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ସେନେଇ ପୁଲିସ ତଦନ୍ତ ଜାରି ରଖିଥିଲା।

ସେପଟେ ପୋଷ୍ଟ ମର୍ଟମ ରିପୋର୍ଟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଚନ୍ଦ୍ରିକାଙ୍କ ପରିବାର ଲୋକ । ପାଣିରେ ବୁଡିବା ଅସମ୍ଭବ, କାହିଁକି ନା ଯେଉଁ ଜାଗାରୁ ମୃତଦେହ ମିଳିଲା ସେଠାରେ ବହୁତ କମ୍ ପାଣିଥିଲା। ଏତେ ଉଚ୍ଚରୁ ଡେଇଁ ଅଳ୍ପ ପାଣିରେ ବୁଡିବା ଅସମ୍ଭବ। ଚନ୍ଦ୍ରିକାଙ୍କୁ ପାଣିରେ ଜୋର ଜବରଦସ୍ତ ବୁଡାଇ ହତ୍ୟା କରାଯାଇଥାଇପାରେ ନଚେତ୍ ଆଉ କେଉଁଠୁ ଶ୍ୱାସରୁଦ୍ଧ କରି ହତ୍ୟା କରି ଆଣି ସେଠାରେ ଫୋପାଡ଼ି ଦିଆଯାଇଥାଇପାରେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking