31.9 C
Bhubaneswar
Thursday, June 11, 2026
Homeଓଡିଶାସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଜୁନ୍‌ ୧୬ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
ଜୁନ୍‌ ୨୨ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର : ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀମାନେ ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲକୁ ଯାଇ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ, ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଜୁନ୍‌ ୨୨ ତାରିଖ ଅପରାହ୍ନ ୨ ଘଟିକାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ କମନ୍‌ ଆପ୍ଲିକେସନ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମୁଖ୍ୟ ବିଷୟ, ଉପ ବିଷୟ (ମେଜର, ମାଇନର ସବଜେକ୍ଟ) ଚୟନ କରିପାରିବେ। ଆପରେଣ୍ଟିସିପ୍ ଏମବେଡ଼େଡ଼ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଉକ୍ତ ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ଏଥିସହ ଶିକ୍ଷାବର୍ଷ ୨୦୨୬-୨୭ରେ ସ୍ନାତକ ପାଠ୍ୟକ୍ରମକୁ ଆସନ୍ତା ଜୁଲାଇ ମାସ ୧୦ ତାରିଖ (୧୦ ଜୁଲାଇ,୨୦୨୬ ରିଖ) ସୁଦ୍ଧା ଆରମ୍ଭ କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking