38.3 C
Bhubaneswar
Monday, June 8, 2026
Homeଓଡିଶାଲାଞ୍ଚ ମାଗିବା ଘଟଣା: ଏଆରଆଇ ସୁରେନ୍ଦ୍ର ସା’ ନିଲମ୍ବିତ

ଲାଞ୍ଚ ମାଗିବା ଘଟଣା: ଏଆରଆଇ ସୁରେନ୍ଦ୍ର ସା’ ନିଲମ୍ବିତ

ସମ୍ବଲପୁର:ସମ୍ବଲପୁର ସଦର ତହସିଲରେ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ଲାଞ୍ଚ ମାଗିବା ଘଟଣା। ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି। ତୁରନ୍ତ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଛି। ତହସିଲରୁ ଆରଆଇ ଅଫିସ ଯାଏଁ ଟଙ୍କା ପାଇଁ ଚାଲିଥିଲା ସେଟିଙ୍ଗ। ସାର୍ଟିଫିକେଟ ନାଁରେ ଟଙ୍କା ମାଗୁଥିଲେ ଅଧିକାରୀ ଓ କର୍ମଚାରୀ। ଜଣେ ଆର୍ଥିକ ଅନଗ୍ରସର ଛାତ୍ରୀଙ୍କୁ ଇଡବ୍ଲୁଏସ୍ ସାର୍ଟିଫିକେଟ ପାଇଁ ମଗାଯାଇଥିଲା ଲାଞ୍ଚ। ୩ ହଜାର ଟଙ୍କା ଦେଲେ ଗୋଟିଏ ଦିନରେ ସାର୍ଟିଫିକେଟ ବାହାରିବ ବୋଲି କହିଥିଲେ ଏଆରଆଇ। ଏନେଇ କନକ ନ୍ୟୁଜ ଓ ସମ୍ବାଦରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ସମ୍ପୃକ୍ତ ଆରଆଇ ସୁବ୍ରତ ଗାଓଁ ଓ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ ସଦର ତହସିଲଦାର। ଏବେ ଏଆରଆଇ ସୁରେନ୍ଦ୍ର ସା’ଙ୍କୁ ନିଲମ୍ବନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking