ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର. ପାଣ୍ଡିଆନ । ଏଭଳି କିଛି ବଡ ବୟାନ ଦେଇଚନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । କହିଲେ ବିଜେଡିକୁ ଆସୁଛନ୍ତି ସୁଜାତା , ଏହା ଶତ ପ୍ରତିଶତ । କିନ୍ତୁ ଆମେ ଚାହୁଁଛୁ, ଯେତେ ଜଲଦି ସେ ଆସିବେ ଅତ୍ୟନ୍ତ ଖୁସି ହେବେ । ରେଡ କାରପେଟରେ ସ୍ୱାଗତ କରିବୁ । ସେ ପଦବୀ ନେବେ ନାହିଁକି ଉତ୍ତରାଧିକାରୀ ହେବେ ନାହିଁ । ସାଧାରଣ କର୍ମୀ ଭାବେ ଓଡିଶାର ବିକାଶ ପାଇଁ କାମ କରିବେ । ସମସ୍ତଙ୍କ ଇଚ୍ଛା ସୁଜାତା ଆସନ୍ତୁ, ସେ ସରକାରକୁ ଦୋହଲାଇ ଦେବେ । ବିଜଡିରେ ଏଣ୍ଟ୍ରି ନେଇ ନବୀନ ରାଜି ଥିଲେ, କିନ୍ତୁ ସୁଜାତା ଅରାଜି ଥିଲେ । ଏବେ ସୁଜାତା ରାଜି ହୋଇଛନ୍ତି କହିଲେ ମନ୍ମଥ ରାଉତରାୟ । ନକାରାତ୍ମକ ପ୍ରଚାର ନେଇ ସୁଜାତାଙ୍କମନୋବଳ କମିଛି, ନିଷ୍ପତ୍ତିରେ ବିଳମ୍ବ । ସୁଜାତା ଆସିଲେ କିଛି ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ ଲୋକଙ୍କ ମନୋବଳ ବଢିବ ।










