34.2 C
Bhubaneswar
Monday, June 8, 2026
Homeଓଡିଶାପିପିଲି ବାଇପାସରେ ଭୟଙ୍କର ଦୁର୍ଘଟଣା: ୩ ଗୁରୁତର

ପିପିଲି ବାଇପାସରେ ଭୟଙ୍କର ଦୁର୍ଘଟଣା: ୩ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁଇଟି ବାଇକରେ ୪ ଜଣ ସାଙ୍ଗ ପୁରୀ ଅଭିମୁଖେ ଯାଉଥିବାବେଳେ ପିପିଲି ବାଇପାସ ସ୍ଥିତ ନାୟକ ପେଟ୍ରୋଲ ପମ୍ପ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ସୂଚନା ଅନୁସାରେ, ଆଗରେ ଯାଉଥିବା ଏକ ଟ୍ରକ ସଠିକ୍ ଭାବେ ସାଇଡ୍ ନଦେବାରୁ ବାଇକ ଚାଳକ ଭାରସାମ୍ୟ ହରାଇଥିଲେ । ଫଳରେ ବାଇକଟି ଟ୍ରକ ସହ ଧକ୍କା ହୋଇ ରାସ୍ତା ଉପରେ ଛିଟକି ପଡ଼ିଥିଲା । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି । ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପିପିଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଗନ୍ନାଥଙ୍କ ଦର୍ଶନ ପାଇଁ ଖୁସି ମନରେ ବାହାରିଥିବା ସାଙ୍ଗମାନଙ୍କ ଯାତ୍ରା ଏଭଳି ଦୁର୍ଘଟଣାରେ ପରିଣତ ହେବା ପରେ ଅଞ୍ଚଳରେ ଚିନ୍ତା ଓ ଦୁଃଖର ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking