31 C
Bhubaneswar
Saturday, June 6, 2026
Homeଓଡିଶାଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC)ର ୧୮୩ତମ ବୈଠକ ଅନୁଷ୍ଠିତ

ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (SLBC)ର ୧୮୩ତମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମାର୍ଚ୍ଚ ୨୦୨୬ ତ୍ରୈମାସିକ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତାର ସମୀକ୍ଷା ପାଇଁ ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ୍ କମିଟି(SLBC)ର ୧୮୩ତମ ବୈଠକ ୬ ଜୁନ୍ ୨୦୨୬ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ ତାଜ୍ ବିବାନ୍ତାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମସ୍ତ କ୍ଷେତ୍ରରେ ସନ୍ତୁଳିତ ଓ ସମାବେଶୀ ଅଭିବୃଦ୍ଧି ପାଇଁ ଋଣ ପ୍ରବାହକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରି ନିମ୍ନଲିଖିତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଆକର୍ଷଣ କରିଥିଲେ – – ଓଡ଼ିଶାର ଭିଜନ୍ ଡକ୍ୟୁମେଣ୍ଟ ସହ ସମନ୍ୱୟ ରଖି ସମସ୍ତ କ୍ଷେତ୍ରକୁ ଋଣ ପ୍ରଦାନ କରାଯିବା ସହ ପର୍ଯ୍ୟଟନ, କୃଷି ଉଦ୍ୟୋଗୀକରଣ, ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଭଳି ନୂତନ କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ଦିଆଯିବ।

– ରାଜ୍ୟର ପରବର୍ତ୍ତୀ ପର୍ଯ୍ୟାୟର ବିକାଶରେ ସେବା କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦେଇ ଋଣ ବିସ୍ତାର କରାଯିବ।

– ନିବେଶ ଓ ଉଦ୍ୟୋଗ ବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’ ବା ‘ବ୍ୟବସାୟ ଅନୁକୂଳ ପରିବେଶ’ ସୃଷ୍ଟି କରିବା ପରି ପଦକ୍ଷେପଗୁଡ଼ିକୁ ଅଧିକ ସକ୍ରିୟ ଭାବେ କାର୍ଯ୍ୟକାରୀ କରାଯିବ।

– ମହିଳା ଉଦ୍ୟୋଗୀମାନଙ୍କୁ ଅଧିକ ଋଣ ସହାୟତା ପ୍ରଦାନ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଠାରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (SME) ଦିଗକୁ ସେମାନଙ୍କର ଅଗ୍ରଗତିକୁ ପ୍ରୋତ୍ସାହନ ଦିଆଯିବ।

– ବୈଠକରେ ଚଳିତ ଆର୍ଥିକ ବର୍ଷ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ସମସ୍ତ ନିୟନ୍ତ୍ରକ ବ୍ୟାଙ୍କ୍, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର (LDM), ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।

– ସେହିପରି ନିବେଶକ-ଅନୁକୂଳ ଋଣ ପ୍ରବାହ ସୁନିଶ୍ଚିତ କରିବା ପାଇଁ “ରେଡ୍ ଟେପ୍ ଠାରୁ ରେଡ୍ କାର୍ପେଟ୍” ଆଭିମୁଖ୍ୟ ଗ୍ରହଣ କରିବାକୁ ଗୁରୁତ୍ଵ ଦିଆଯାଇଥିଲା।

ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର ସମ୍ପୂର୍ଣ୍ଣ ଭାବେ CKYC (Central Know Your Customer)ପ୍ରଣାଳୀର ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ।

ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ରାଜ୍ୟର CD Ratioକୁ ଜାତୀୟ ହାର ସହ ସମକକ୍ଷ କରିବା ପାଇଁ ଉନ୍ନତି ଆଣିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ।

ଭାରତୀୟ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦ୍ଦେଶକ ସମସ୍ତ ବ୍ୟାଙ୍କକୁ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ନେଟୱାର୍କ ବିସ୍ତାର କରିବା ପାଇଁ ଆହ୍ୱାନ କରିଥିଲେ।

ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୀବ କୁମାର ମିଶ୍ର, ଭାରତ ସରକାରଙ୍କ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, RBIର ଆଞ୍ଚଳିକ ନିର୍ଦ୍ଦେଶକ, ପର୍ଯ୍ୟଟନ, କୃଷି ଓ କୃଷକ ସଶକ୍ତିକରଣ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ, MSME ଏବଂ ମିଶନ ଶକ୍ତି ବିଭାଗର ସଚିବବୃନ୍ଦ, ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ବରିଷ୍ଠ ସରକାରୀ ଅଧିକାରୀମାନେ, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, SLBCର ଆବାହକ, NABARD ସମେତ ସମସ୍ତ ବ୍ୟାଙ୍କର ମୁଖ୍ୟ ନିୟନ୍ତ୍ରକବୃନ୍ଦ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ବ୍ୟାଙ୍କ୍ ଏବଂ ତିନୋଟି ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking