31 C
Bhubaneswar
Saturday, June 6, 2026
Homeଓଡିଶାସରକାରଙ୍କ ଚରମ ଅବହେଳାରୁ ଚାଲିଗଲା ଏକ
ନିରୀହ ଜୀବନ: ବିଜେଡି

ସରକାରଙ୍କ ଚରମ ଅବହେଳାରୁ ଚାଲିଗଲା ଏକ
ନିରୀହ ଜୀବନ: ବିଜେଡି

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଦଳିତ ଯୁବକଙ୍କ ଆତ୍ମହତ୍ୟା ଘଟଣା
ଧରାପଡ଼ିଲା ସରକାରଙ୍କ ଅଭିଯୋଗ ଶୁଣାଣିର ସତ୍ୟତା
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
ମୃତ ଯୁବକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଅନ୍ତୁ ସରକାର

ଭୁବନେଶ୍ୱର: ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ଦଳିତ ଯୁବକଙ୍କ ଆତ୍ମହତ୍ୟା ଘଟଣା ସରକାରଙ୍କ ସମ୍ବେଦନହୀନତା ଓ ପ୍ରଶାସନିକ ବିଫଳତାର ନଗ୍ନ ଉଦାହରଣ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ କହିଛନ୍ତି ଯେ, ବାରମ୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନ୍ୟାୟ ନ ମିଳିବାରୁ ଶ୍ରୀଚନ୍ଦନ ଦାସ ନାମକ ଜଣେ ଦଳିତ ଯୁବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମହତ୍ୟା କରିବା ଦୁର୍ଭାଗ୍ୟଜନକ ।

ଶ୍ରୀ ଗଣେଶ୍ୱର ବେହେରା କହିଥିଲେ, ସ୍ପଷ୍ଟ ଦିବାଲୋକରେ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଏଭଳି ଅଘଟଣ ଘଟିବା ସରକାରଙ୍କ ସମ୍ବେଦନହୀନତାର ପରିଚୟ । ମୃତ ଯୁବକ ଜଣକ ନିଜର ବ୍ୟକ୍ତିଗତ ଅଭିଯୋଗର ଶୁଣାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଲା ପରେ ଏଭଳି ଚରମ ପଦକ୍ଷେପ ନେଲେ । ଲୋକଙ୍କ ସରକାର କହି ଡିଣ୍ଡିମ ପିଟୁଥିବା ବିଜେପି ସରକାର ସାଧାରଣ ଜନତାଙ୍କ ସମସ୍ୟା ପ୍ରତି କିଭଳି ଆଖି ବୁଜି ଦେଇଛନ୍ତି, ତାହା ଗତକାଲିର ଘଟଣାରୁ ପ୍ରମାଣିତ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ଜଣେ ଯୁବକ ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ କେହି କେମିତି ଜାଣିପାରିଲେ ନାହିଁ, ତାହା ପ୍ରଶାସନିକ ଓ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଶ୍ରୀ ଧ୍ରୁବ ସାହୁ କହିଥିଲେ, ମୁଖ୍ୟମନ୍ତ୍ରୀ କହୁଛନ୍ତି ୨ ବର୍ଷ ଭିତରେ ଅଭିଯୋଗ ଶୁଣାଣି କରି ୯୬ ପ୍ରତିଶତ ଲୋକଙ୍କ ସମସ୍ୟା ସମାଧାନ କରିଛୁ । ଆଜି ଶ୍ରୀଚନ୍ଦନ ଦାସଙ୍କ ମୃତୁ୍ୟ ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅଟ୍ଟହାସ୍ୟ କରୁଛି । ସରକାରଙ୍କ ପ୍ରତିନିଧି ରୂପେ ଜିଲ୍ଲାପାଳଙ୍କ ନିକଟକୁ ନ୍ୟାୟ ପାଇବା ପାଇଁ ଜନସାଧାରଣ ଯାଇଥାନ୍ତି । ସରକାରୀ ବ୍ୟବସ୍ଥା ଉପରୁ ସମ୍ପୂର୍ଣ୍ଣ ଭରସା ତୁଟିଗଲା ପରେ ହିଁ ଜଣେ ଏମିତି ଚରମ ପଦକ୍ଷେପ ନିଏ । ଶ୍ରୀଚନ୍ଦନ ଦାସଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର । ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ସରକାର । ନଚେତ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ଆନେ୍ଦାଳନ କରିବ ବିଜୁ ଜନତା ଦଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking