ଭୁବନେଶ୍ବର: ହଠାତ୍ ଘୋଟିଆସିଲା କଳାହାଣ୍ଡିଆ ମେଘ । ଦିନ ହୋଇଗଲା ରାତି । ଭୁବନେଶ୍ବରରେ ପ୍ରବଳ ବର୍ଷା । ଯାହା ଦ୍ବାରା ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଘଡି, ବଜୁଳି ସାଙ୍ଗକୁ ପବନ ଅନ୍ଧାର କରିଦଲା ରାଜଧାନୀ ଆକାଶକୁ । ତେବେ ସେ ଯାହାହେଉ ଭୁବନେଶ୍ବରରେ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ବସ୍ତି । କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି କାଳବୈଶାଖୀ ।










