କେନ୍ଦ୍ରାପଡ଼ା: ସାମାନ୍ୟ ଗାଡ଼ିକାଚ ଭଙ୍ଗାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା । ଗୌରାଙ୍ଗ ସେଠୀଙ୍କୁ ହାତ ଗୋଡ଼ ବାନ୍ଧି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁ ଗିରଫ । ରାଜ୍ୟ ବାହାରୁ ଉଠାଇ ଆଣିଲା ପୁଲିସ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି । ସେପଟେ ଏହି ଘଟଣାକୁ ନେଇ ଏସ୍ପି କାର୍ଯ୍ୟାଳୟ ଘେରାଓ କରିଛନ୍ତି ପରିବାର ଲୋକେ । ନ୍ୟାୟ ଦାବି କରିବା ସହ ଦୋଷୀଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି । ୯ ଦିନ ଧରି ଯୁବକ ନିଖୋଜ ରହିବା ପରେ, ଗତକାଲି ପୁଲିସ ହାତରେ କେବଳ କେଇଖଣ୍ଡ ହାଡ଼ ଲାଗିଥିଲା । ମେ’ ୨୮ରେ ଏକ ଗାଡ଼ିକାଚ ଭଙ୍ଗାକୁ ନେଇ, କିଛି ଯୁବକ ଗୌରାଙ୍ଗଙ୍କୁ ବ୍ରାହ୍ମଣୀ ନଦୀ ପାଖରେ ଟେକିଆଣି ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ତାପରଠୁ ଗୌରାଙ୍ଗଙ୍କ ପତ୍ତା ମିଳୁନଥିଲା । ଏନେଇ ୨୯ରେ ପରିବାରଲୋକେ ଥାନାରେ ଅଭିଯୋଗ ଦେଇଥିଲେ । ୯ ଦିନ ପରେ ବାରମାଣିଆରୁ ମିଳିଛି ୪ଟି ହାଡ଼, ଖପୁରି, କିଛି ଚୁଟି ଓ ଅଖାରେ ଏକ ନୀଳ ଗଞ୍ଜି ।










