34.3 C
Bhubaneswar
Thursday, June 4, 2026
Homeଓଡିଶାଏନଏଚଆରସିରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

ଏନଏଚଆରସିରେ ହାଜର ହେଲେ ସୌମ୍ୟଙ୍କ ବାନ୍ଧବୀ

ଭୁବନେଶ୍ୱର: ବହୁ ଚର୍ଚ୍ଚିିତ ସୌମ୍ୟ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଗୁରୁବାର ଚତୁର୍ଥ ଦିନରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି)ରେ ଚାଲିଛି ମାରାଥନ୍ ଜେରା।ଏନଏଚଆରସି ହାଜର ହୋଇଛନ୍ତି ସୌମ୍ୟଙ୍କ ବାନ୍ଧବୀ। କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ମଧ୍ୟ ହାଜର ହୋଇଛନ୍ତି।ସୂଚନାନୁଯାୟୀ, ପୂର୍ବରୁ ବାଲିଅନ୍ତା ଥାନାର ତତ୍କାଳୀନ ଆଇଆଇସି ଅନିଲ ପରିଡାଙ୍କୁ ମଧ୍ୟ ଜେରା କରାଯାଉଛି। ହାଜର ହୋଇଛନ୍ତି ଜୋନ୍ -୪ ଏସିପି ଅଭିମନ୍ୟୁ ନାୟକ। ପୂର୍ବରୁ ସୌମ୍ୟଙ୍କ ସାଙ୍ଗ ଓ ଅନ୍ୟମାନଙ୍କ ବୟାନ ରେକର୍ଡ କରିଛି ଏନଏଚଆରସି। ଗତକାଲି ବହୁ ଚର୍ଚ୍ଚିତ ରାଜଧାନୀ ଉପକଣ୍ଠ ବାଲିଅନ୍ତା ସଙ୍ଗବଦ୍ଧ ହତ୍ୟା ଘଟଣାରେ ମୃତ ସୌମ୍ୟଙ୍କ ବନ୍ଧୁ ଓମ୍ ଓ ଯୁବତୀଙ୍କୁ ଜେରା। ଉଭୟ ଗତକାଲି ଜାତୀୟ ମାନବାଧିକାର ଆୟୋଗ ନିକଟରେ ଜେରା ପାଇଁ ପହଞ୍ଚିଥିଲେ।ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ଜାତୀୟ ମାନବାଧିକାର ଆୟୋଗ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking