ଗଜପତି: ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ ଶବର। ନିଜ ଚାଷ ଜମିରେ କାମ କରୁଥିବା ବେଳେ ବୁଧବାର ହଠାତ୍ ଘଡଘଡି ସହ ବର୍ଷା ହୋଇଥିଲା। ଫଳରେ ସେ ସେହି ଜମିରେ ଟଳିପଡ଼ିଥିଲେ।ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାରବନ୍ଧା ପୋଲିସ ପହଞ୍ଚି ମୃତଦେହ ଜବତ କରି ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଅଣାଯାଇଛି।









