35.1 C
Bhubaneswar
Tuesday, June 2, 2026
Homeଓଡିଶାବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡିର ଆକଳନ

ବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆଇଏମଡିର ଆକଳନ

ନୂଆଦିଲ୍ଲୀ: ଦେଶ ଅପେକ୍ଷା କରି ରହିଥିବା ମୌସୁମୀ ବାୟୁର ଆଗମନକୁ ନେଇ ପୁଣି ଏକ ବଡ଼ ଖବର । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁଯାୟୀ, କେରଳରେ ମୌସୁମୀ ବାୟୁ ପହଞ୍ଚିବା ସମୟ ପୁଣି ଥରେ ଘୁଞ୍ଚି ଯାଇଛି । ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଜୁନ୍ ୫ କିମ୍ବା ୬ ତାରିଖ ପରେ ହିଁ ମୌସୁମୀ ବାୟୁ ସକ୍ରିୟ ଭାବେ ବିକଶିତ ହେବା ନେଇ ପୂର୍ବାନୁମାନ କରାଯାଇଛି ।ଚଳିତ ବର୍ଷ ମୌସୁମୀର ଆଗମନକୁ ନେଇ ପାଣିପାଗ ବିଭାଗ ଯେଉଁ ତାରିଖ ଆକଳନ କରିଥିଲା, ତାହା ବାରମ୍ବାର ବଦଳିବାରେ ଲାଗିଛି । ପ୍ରଥମେ ମେ’ ୨୬ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କୁହାଯାଉଥିଲା, ପରେ ଏହାକୁ ଜୁନ୍ ପ୍ରଥମ ସପ୍ତାହକୁ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନର ମଡେଲ୍ ଅନୁଯାୟୀ, ବାୟୁମଣ୍ଡଳର ଉପରି ଭାଗରେ ମୌସୁମୀ ବାୟୁ ଜୁନ୍ ୫-୬ ପରେ ହିଁ ସକ୍ରିୟ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking