35.1 C
Bhubaneswar
Monday, June 1, 2026
Homeଓଡିଶାସ୍ତ୍ରୀକୁ ଗାମୁଛାରେ ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ ଗାମୁଛାରେ ହତ୍ୟା କଲା ସ୍ୱାମୀ

କଟକ: କଟକ ଜିଲ୍ଲାର ଟାଙ୍ଗୀ ଥାନା ଅଞ୍ଚଳର ଭଟିମୁଣ୍ଡା ପଞ୍ଚାୟତ ଅଧୀନ ସାରଙ୍ଗ ଗ୍ରାମରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଜନ୍ମ ନେଇଥିବା ବିବାଦରେ ନିଜ ସ୍ତ୍ରୀକୁ ଗାମୁଛାରେ ବେକ ଚିପି ହତ୍ୟା କରିଛି ସ୍ୱାମୀ । ଏହି ଘଟଣା ସମ୍ପର୍କରେ ରକ୍ତ ଛିଟା ପଡି ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହକୁ ପୋତି ଦେଇଥିଲେ । ଏହା ପରେ ସେ ନିଜ ସମ୍ପର୍କୀୟ ଭାଣେଜୀ ସହ ପ୍ରେମ ସମ୍ପର୍କରେ ମସଗୁଲ ହୋଇ ସାଧାରଣ ଭାବେ ଘୁରୁଥିବା ମଧ୍ୟ ଜଣାପଡିଛି । ଏହଇ ଅସାଧାରଣ ବ୍ୟବହାର ଦେଖି ସ୍ତାନୀୟ ଲୋକଙ୍କ ସନ୍ଦେହ ବଢିଲା । ପରେ ଘଟମାର ଖୋଜ ଖବର ନେଇ ଟାଙ୍ଗୀ ପୋଲିସ ତଦନ୍ତ କରି ଅଭିଯୁକ୍ତ ସ୍ୱାମୀକୁ କାବୁ କରିଛି । ଏହି ହତ୍ୟାକାଣ୍ଡର ପଛରେ ଥିବା ପ୍ରକୃତ କାରଣ ଏବଂ ତ୍ରିକୋଣୀୟ ପ୍ରେମ ସମ୍ପର୍କର ଗଭୀରତା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ଓ ଆଲୋଚନା ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking