36.1 C
Bhubaneswar
Sunday, May 31, 2026
Homeଦେଶ ବିଦେଶଦୁର୍ଘଟଣାସ୍ଥଳର ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାସ୍ଥଳର ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ସୈଦୁଲାଜବ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ିବା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଚାଲିଥିବା ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତକାଲି ରାତିରୁ ଉଦ୍ଧାରକାରୀ ଦଳ ନିରନ୍ତର ଭାବେ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ମେହରୌଲି ଥାନାରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଛି। ଦକ୍ଷିଣ ଜିଲ୍ଲାର ଜିଲ୍ଲାପାଳ (DM)ଙ୍କ ନେତୃତ୍ୱରେ ଏକ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଅଞ୍ଚଳର ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ କୋଠାଗୁଡ଼ିକୁ ଯାଞ୍ଚ କରିବାକୁ ଏବଂ ଆବଶ୍ୟକ ସ୍ଥଳେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ସମସ୍ତ ଅନଧିକୃତ ନିର୍ମାଣ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ବେଳେ, ସମ୍ପୃକ୍ତ ବିଭାଗର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ମହରୌଲୀ ଥାନା ଅନ୍ତର୍ଗତ ସାକେତ ମେଟ୍ରୋ ଷ୍ଟେସନ ନିକଟସ୍ଥ ସୈଦୁଲାଜବ ଅଞ୍ଚଳରେ ଏକ ୫ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଛି। କୋଠାଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବାରୁ ଘରେ ରହୁଥିବା ଲୋକମାନେ ଏହା ମଧ୍ୟରେ ଚାପି ହୋଇରହିଛନ୍ତି। କୋଠା ଭୁଶୁଡିବା ସମ୍ପର୍କରେ ସନ୍ଧ୍ୟା ୭ଟା ୪୪ରେ ଅଗ୍ନିଶମ ବାହିନୀକୁ ଖବର ମିଳିଥିଲା। ଭଗ୍ନାବଶେଷ ମଧ୍ୟରୁ ୪ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଅନ୍ୟମାନଙ୍କୁ ଉଦ୍ଧାର ଲାଗି ଉଦ୍ୟମ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking