33.1 C
Bhubaneswar
Saturday, May 30, 2026
Homeଓଡିଶାକାଳବୈଶାଖୀ ନେଲା ଜୀବନ

କାଳବୈଶାଖୀ ନେଲା ଜୀବନ

ରାୟଗଡା: ଗତକାଲି ରାତିରେ କାଳବୈଶାଖୀ ପ୍ରଭାବରେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କୁଟ୍ରାଗଡ ଗ୍ରାମର ଜିତେନ୍ଦ୍ର ଜାଲ (୫୫) ମୃତ୍ୟୁବରଣ କରିଛନ୍ତି। ଜିତେନ୍ଦ୍ର କୁଟ୍ରାଗଡ ପଞ୍ଚାୟତ ହୁକୁମତୋଳା ପମ୍ପ ହାଉସରେ କାମ କରି ସେହି ଠାରେ କ୍ଵାଟରରେ ରହୁଥିଲେ। ଗତକାଲି ରାତିରେ କାଳବୈଶାଖୀ ପରେ  ପମ୍ପରେ ପାଣି ଛାଡିବାକୁ ଯିବା ବେଳେ ହଠାତ ଗଛ ଭାଙ୍ଗି ଜିତେନ୍ଦ୍ରଙ୍କ ଉପରେ ପଡିଥିଲା I  ସବୁଦିନ ପରି କୁଟ୍ରାଗଡ ନିଜ ଗାଁକୁ ସକାଳୁ ନ ଯିବାରୁ ପରିବାର ଲୋକ ହୁକୁମତେଳା ଆସି ଦେଖିଥିଲେ ଗେଟରେ ତାଲା ପଡିଛି ଏବଂ ଜିତେନ୍ଦ୍ର ଉପରେ ଗଛ ପଡି ସେ ମରି ପଡିଛନ୍ତି I ଆଜି  ସକାଳୁ ପୁଲିସ ପହଂଚି ତଦନ୍ତ କରିବା ସହ ଅଗ୍ନିଶମ ବାହିନୀ ଜିତେନ୍ଦ୍ରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମୁନିଗୁଡା ଗେ।ଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking