33.1 C
Bhubaneswar
Saturday, May 30, 2026
Homeଓଡିଶାଆଜି ଠାରୁ ରାଜ୍ୟରେ ଏସ୍‌ଆଇଆର୍‌

ଆଜି ଠାରୁ ରାଜ୍ୟରେ ଏସ୍‌ଆଇଆର୍‌

ଭୁବନେଶ୍ୱର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)। ଜୁନ୍‌ ୨୮ ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ (ବିଏଲ୍‌ଓ)ମାନେ ଘରକୁ ଘର  ପରିଦର୍ଶନ କରି ଭୋଟରଙ୍କୁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ । ଏଥିପାଇଁ ବିଏଲ୍‌ଓଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଜଣେ ବି ଯୋଗ୍ୟ ଭାରତୀୟ ଯେପରି ଭୋଟର ତାଲିକାରୁ ବାଦ୍‌ ନ ପଡ଼ିବେ ସେଥିପାଇଁ ବିଏଲ୍‌ଓମାନଙ୍କୁ ସଜାଗ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋପାଳନ କହିଲେ, ଭୋଟରଙ୍କୁ ଦିଆଯାଉଥିବା ଫର୍ମରେ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଓ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବାକୁ ପଡ଼ିବ। ବିଏଲଓମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ ଓ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ସମୁଦାୟ ୪୫ ହଜାର ୨୫୫ ଜଣ ବିଏଲ୍‌ଓ ଫର୍ମ ବଣ୍ଟନ କାର୍ଯ୍ୟରେ ସାମିଲ ହେବେ। ସେହିପରି ଜୁନ୍‌ ୨୮ ତାରିଖ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ ପରେ ଜୁଲାଇ ୫ ତାରିଖରେ ଭୋଟର ତାଲିକା ପ୍ରକାଶ କରାଯିବ। ସେହିଦିନଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଛି। ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ନୋଟିସ୍‌ ପର୍ଯ୍ୟାୟ, ଦାବି ଓ ଆପତ୍ତିର ସମାଧାନ କରାଯିବ। ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking