24.1 C
Bhubaneswar
Friday, May 29, 2026
Homeଦେଶ ବିଦେଶଇସ୍ରାଏଲ ଆକ୍ରମଣରେ ହମାସର ନୂତନ ମୁଖ୍ୟ ନିପାତ

ଇସ୍ରାଏଲ ଆକ୍ରମଣରେ ହମାସର ନୂତନ ମୁଖ୍ୟ ନିପାତ

ନୂଆଦିଲ୍ଲୀ: ଗାଜାରେ ଆତଙ୍କବାଦୀ ସଂଗଠନ ହମାସର ନୂତନ ମୁଖ୍ୟ ମହମ୍ମଦ ଓଦେହକୁ ଇସ୍ରାଏଲ ଦ୍ୱାରା ଆକ୍ରମଣ କରି ହତ୍ୟା କରାଯାଇଛି ।ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ, ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନର ସଶସ୍ତ୍ର ଶାଖାର କମାଣ୍ଡରଙ୍କୁ ଗତକାଲି ନିପାତ କରାଯାଇଛି । ହମାସ ଏଯାଏ କୌଣସି ମନ୍ତବ୍ୟ ଦେଇନାହିଁ । କାଟଜ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ଅକ୍ଟୋବର ୭ ହତ୍ୟାକାଣ୍ଡର ନେତୃତ୍ୱ ନେଇଥିବା ସମସ୍ତଙ୍କୁ ନିପାତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ସେମାନେ ଯେଉଁଠାରେ ଥାଆନ୍ତୁ ନା କାହିଁକି ସମସ୍ତେ ମୃତ୍ୟୁ ପାଇଁ ଚିହ୍ନିତ ହୋଇଛନ୍ତି ମଙ୍ଗଳବାର ଏହି ଆକ୍ରମଣ ସମ୍ବନ୍ଧରେ ଘୋଷଣା କରିବା ପରେ କାଟଜ ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ମିଳିତ ବିବୃତିରେ କହିଛନ୍ତି , ଓଦେହ ଅକ୍ଟୋବର ୭ ହତ୍ୟାକାଣ୍ଡ ସମୟରେ ହମାସ ଗୁଇନ୍ଦା ବିଭାଗର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲା ଏବଂ ପ୍ରାୟ ଏକ ସପ୍ତାହ ପୂର୍ବରୁ ତାକୁ ଏଜେଡିନ ଅଲ- ହଦ୍ଦାଦରଉତ୍ତରାଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା । ମେ ୧୫ ରେ ଇସ୍ରାଏଲ ଆକ୍ରମଣରେ ହଦ୍ଦାଦ ନିହତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking