ଭୁବନେଶ୍ୱର: ଓଡିଶାରେ ଭୋଟର ତାଲିକା ସଂଶୋଧନ ନେଇ ସିଇଓଙ୍କ ପ୍ରେସମିଟ । କାଲିଠୁ ରାଜ୍ୟରେ ଏସଆଇଆର , ଜୁନ ୨୮ ଯାଏଁ ଚାଲିବ । କାଲିଠୁ ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲଓ ପ୍ରେସମିଟ କରି କହିଛନ୍ତି ସିଇଓ । ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି । ସଂଶୋଧନ କରିବେ ବିଏଲଓ । ବିଏଲଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ କରିପାରିବେ । ପ୍ରତ୍ୟେକ ଭୋଟରଙ୍କୁ ୨ଟି ଫର୍ମ ଦିଆଯିବ । ଗୋଟିଏ ନିଜ ପାଖରେ ରଖିବେ ଆଉ ଗୋଟିଏ ଫର୍ମ ବିଏଲଓଙ୍କୁ ଦେବେ । ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ ଦିଆଯାଇଛି ।










