33.1 C
Bhubaneswar
Wednesday, May 27, 2026
Homeଦେଶ ବିଦେଶଆରଜି କର ଘଟଣା ଉଠାଇ ଟିଏମସିରୁ ଇସ୍ତଫା ଦେଲେ ସାଂସଦ

ଆରଜି କର ଘଟଣା ଉଠାଇ ଟିଏମସିରୁ ଇସ୍ତଫା ଦେଲେ ସାଂସଦ

ତୃଣମୂଳ କଂଗ୍ରେସ ସାଂସଦ କାକଳି ଘୋଷ ଦସ୍ତିଦାର ବୁଧବାର ଦଳର ସମସ୍ତ ସାଂଗଠନିକ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ସୁବ୍ରତ ବକ୍ସିଙ୍କୁ ଚିଠି ମାଧ୍ୟମରେ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେ ଗଭିର ମାନସିକ ଦ୍ୱନ୍ଦ୍ୱ ଏବଂ ଦୀର୍ଘ ଚିନ୍ତନ ପରେ ଇସ୍ତଫା ଦେଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି।ତେବେ ସେ ଦଳ ଛାଡି ନାହାଁନ୍ତି ବୋଲି ସ୍ପଷ୍ଟ କରି ନାହାନ୍ତି ବରଂ ଦଳୀୟ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି ଯେ, ବଙ୍ଗ ଏବଂ ଲୋକଙ୍କ ସ୍ୱାର୍ଥ ପାଇଁ ଜଣେ ସାଧାରଣ କର୍ମୀ ଭାବରେ ଦଳ ସହିତ ଜଡିତ ରହିବେ। ଚଳିତ ନିତବଚନ ହାରିବା ପରେ ଦଳ ଭିତରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ କାକଳି ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର ଦିନକ ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ କଲ୍ୟାଣୀରେ ଏକ ପ୍ରଶାସନିକ ବୈଠକରେ ଯୋଗ ଦେଇଥିଲେ। ଦଳ ଏହାକୁ ଅନୌପଚାରିକ ଭାବରେ ନିରୁତ୍ସାହିତ କରିଥିଲା। ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ, କାକଳି ତାଙ୍କୁ କହିଛନ୍ତି ଯେ ସେ ଶେଷରେ ମୁକ୍ତ ଅନୁଭବ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking