ମୟୁରଭଞ୍ଜ: ଅଂଶୁଘାତରେ ଚାଲିଗଲା ଜୀବନ । ମୟୁରଭଞ୍ଜ ଜିଲ୍ଲଆ ଉଦଳା ଥାନା ବୃନ୍ଦାଗଡି ଗ୍ରାମର କୈଳାଶ ନାୟକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ କଲେ ପରିବାର ଲୋକେ । ମଙ୍ଗଳବାର ଅପରାହ୍ନରେ ପୋଖରୀକୁ ଶୌଚ ହେବାପାଇଁ ଯାଇଥିଲେ । ହେଲେ ପୋଖରୀ ନିକଟରେ ତାଙ୍କର ମୃତଦେହ ଦେଖି ପରିବାର ଲୋକେ ଉଦଳା ମେଡିକାଲକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କୈଳାସଙ୍କ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ।










