36.1 C
Bhubaneswar
Wednesday, May 27, 2026
Homeଓଡିଶାଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା

ଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା

ଭୁବନେଶ୍ଵର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଭୀଷଣ ଗୁଳୁଗୁଳି। ଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା ଜାରି କଲା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ଝାରସୁଗୁଡା, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର ପରି ଖଣିଜ ଅଞ୍ଚଳରେ ଆହୁରି ସଙ୍ଗୀନ ହେବ ସ୍ଥିତି। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହ ଦିଶେନି, ହେଲେ ଅନୁଭବ ହୁଏ।

ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ମନ୍ତ୍ରୀ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଅଂଶୁଘାତରେ ତିନୋଟି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରୁ ରକ୍ଷା ପାଇବାକୁ ଭ୍ରାମ୍ୟମାଣ ହିଟୱେଭ୍ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ହେବ। ଝାରସୁଗୁଡା NH 49ରେ ଅସ୍ଥାୟୀ  ହିଟୱେଭ ଶେଲଟର ନିର୍ମାଣ ହୋଇଛି। ସ୍ଥାୟୀ ହିଟୱେଭ ଶେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଲାଣି। ଆସନ୍ତା ବର୍ଷ ଖରା ଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ କାମ ସରିବ। ଏହି ଶେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଛି। ଗ୍ରୀଷ୍ମ ଦିନରେ ହିଟୱେଭ ଶେଲଟର ଓ ଅନ୍ୟ ସମୟରେ ଅଲଗା କାମରେ ବ୍ୟବହାର ହୋଇ ପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking