33.1 C
Bhubaneswar
Tuesday, May 26, 2026
Homeଓଡିଶାପେଟ୍ରୋଲ ପମ୍ପରେ ଭୁଜାଲି ଆକ୍ରମଣ: କର୍ମଚାରୀ ଗୁରୁତର

ପେଟ୍ରୋଲ ପମ୍ପରେ ଭୁଜାଲି ଆକ୍ରମଣ: କର୍ମଚାରୀ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଧାରୁଆ ଅସ୍ତ୍ରରେ ଆତଙ୍କ ଦେଖିବାକୁ ମିଳିଛି। ଭୁବନେଶ୍ୱର ନିକଟ ଜଟେଣୀ ଛକ ପେଟ୍ରୋଲ ପମ୍ପରେ କିଛି ଦୁର୍ବୃତ୍ତ ଭୁଜାଲି ଧରି ଆତଙ୍କ ସୃଷ୍ଟି କରିଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ସଂଗ୍ରାମ ଜେନା ନାମକ ଯୁବକ ଆହତ ହୋଇଛନ୍ତି।ସୂଚନା ଅନୁସାରେ, ନିଶାସକ୍ତ ଅବସ୍ଥାରେ ୩ ଜଣ ଯୁବକ ପେଟ୍ରୋଲ ପମ୍ପକୁ ଆସିଥିଲେ। ସେମାନେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଦେବାକୁ କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ନିୟମ ଦୃଷ୍ଟିରୁ କର୍ମଚାରୀ ସଂଗ୍ରାମ ଜେନା ପେଟ୍ରୋଲ ଦେବାକୁ ମନା କରିଥିଲେ।

ଏହାକୁ ନେଇ ଦୁର୍ବୃତ୍ତମାନେ ଉତ୍ତେଜିତ ହୋଇଯାଇଥିଲେ। ପରେ ସେମାନେ ଭୁଜାଲିରେ ସଂଗ୍ରାମଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ମାରଣାତ୍ମକ ଆକ୍ରମଣ କରି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।ଆକ୍ରମଣର ପୂରା ଦୃଶ୍ୟ ପେଟ୍ରୋଲ ପମ୍ପର ସିସିଟିଭି କ୍ୟାମେରାରେ କୟଦ ହୋଇଛି। ଫୁଟେଜରେ ଅଭିଯୁକ୍ତମାନଙ୍କ ଚଳଚଳନ ଓ ଆକ୍ରମଣ ସମୟର ଦୃଶ୍ୟ ରହିଥିବା କୁହାଯାଉଛି।ଘଟଣା ପରେ ଚନ୍ଦକା ଥାନା ପୋଲିସ ତନାଘନା ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking